ବିଷାକ୍ତ ଫଳ ଖାଇ ୫ ନାବାଳକ ଅସୁସ୍ଥ, ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି
2/06/2023 at 4:05 PM

ବାସୁଦେବପୁର ୨।୬: ବାସୁଦେବପୁର ବ୍ଲକ ଚୂଡ଼ାମଣୀ ମଲିକ ସାହିରେ ୫ ଜଣ ନାବାଳକ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ବାସୁଦେବପୁର ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ୫ ଜଣ ନାବାଳକ ସାଥିହୋଇ ଖେଳୁଥିବା ବେଳେ ବଣରେ କିଛି କୋଳି ଦେଖିଥିଲେ । ୫ ଜଣ ସେହି କୋଳିକୁ ଗଛରୁ ତୋଳି ଖାଇଥିଲେ । ପରେ ସମସ୍ତେ ଘରକୁ ଯିବା ପରେ ସେମାନଙ୍କର ବାନ୍ତି ହେବା ସହିତ ମୁଣ୍ଡ ବୁଲାଉଥିବା ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ତୁରନ୍ତ ୫ ଜଣଙ୍କୁ ବାସୁଦେବପୁର ଡାକ୍ତରଖାନା ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ୫ ଜଣ ନାବାଳକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡିଛି ।
You Can Read :
Related Posts
୨୪ଘଣ୍ଟା ନପୁରୁଣୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
25 September 2023
ନଦୀରେ ନାହିଁ ବ୍ରିଜ୍, ଖଟିଆରେ ବୁହା ହେଲେ ରୋଗୀ
25 September 2023