ବିଶ୍ୱ ଶ୍ରମିକ ଦିବସରେ ସମସ୍ତଙ୍କ ପାଇଁ ଉଦାହରଣ ହେଉଛନ୍ତି ଜୟପୁରର ଶାନ୍ତିମଣି ନାୟକ
1/05/2018 at 5:15 PM

ବିଶ୍ୱ ଶ୍ରମିକ ଦିବସରେ ଶ୍ରମିକ ମାନଙ୍କ ପାଇଁ ଅନନ୍ୟ ଉଦାହରଣ ହେଉଛନ୍ତି ଜୟପୁରର ଶାନ୍ତିମଣି ନାୟକ।ସେ ଉଚ୍ଚ ଶିକ୍ଷିତା।ଜୟପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ।ଛାତ୍ର ସଂସଦର ଉପସଭାପତି ବି ଅଛନ୍ତି ସେ।ଆଗକୁ ପୋଲିସ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି।ହେଲେ ଏଥିପାଇଁ ଅର୍ଥ ସାଜିଜି ବାଧକ।୬ ଭାଇ ଭଉଣୀଙ୍କୁ ମିଶାଇ ପରିବାରରେ ୮ ଜଣ ସଦଶ୍ୟ ଥିବା ବେଳେ ଭାଇ ଓ ବାପା ମୂଲ ଲାଗିଲେ ପରିବାର ଚଳେ।ହେଲେ ଏହି ରୋଜଗାର ସମଦ୍ରକୁ ଶଂଖେ ପରି।ତେଣୁ ପରିବାରକୁ ଆର୍ଥିକ ସାହାଯ୍ୟ ସହ ନିଜ ପାଠ ପଢା ପାଇଁ ଏବେ ଦିନ ମଜୁରିଆ ସାଜିଛନ୍ତି ଶାନ୍ତିମଣି।