ବିଶ୍ବର ସବୁଠାରୁ ଉଚ୍ଚତମ ଗଛ, କେଉଁଠି ରହିଛି ଜାଣନ୍ତୁ ?
16/07/2023 at 12:26 PM

ନୂଆଦିଲ୍ଲୀ ୧୬।୦୭: ସାରା ବିଶ୍ବରେ ରହିଛି ଅନେକ ଗଛ । କିଛି ନିଜର ବିଶେଷ ଗୁଣ ଯୋଗୁଁ ପରିଚିତ । କିନ୍ତୁ ବିଶ୍ୱର ସବୁଠାରୁ ଉଚ୍ଚତମ ଗଛ ବିଷୟରେ ଜାଣିଛନ୍ତି କି… ଯଦି ନାଁ ତେବେ ଆସନ୍ତୁ ଜାଣିବା । ଗଛଟିର ନାଁ ହେଉଛି ହାଇପରିୟନ୍ ।

ବିଶ୍ୱର ସବୁଠାରୁ ଉଚ୍ଚତମ ଗଛ କାଲିଫର୍ଣ୍ଣିଆର ରେଡଉଡ୍ ଜାତୀୟ ଉଦ୍ୟାନରେ ରହିଛି । ଏହାର ଉଚ୍ଚତା ପ୍ରାୟ ୧୧୫.୮୬ ମିଟର । ଅର୍ଥାତ୍ ଗଛଟିର ଉଚ୍ଚତା ଦିଲ୍ଲୀର କୁତୁବ ମୀନାର, ଆମେରିକା ସଂସଦ ଭବନ ଏବଂ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ପ୍ରତିମା ଠାରୁ ଅଧିକ ଉଚ୍ଚ । ରେଡଉଡ୍ ଜାତୀୟ ଉଦ୍ୟାନରେ ଅବସ୍ଥିତ ରହିଥିବା ଏହି ଗଛ ଦୂରରୁ ଦୃଶ୍ୟମାନ ହୋଇଥାଏ।

୨୦୦୬ ମସିହାରେ ଗଛକୁ ଚିହ୍ନଟ କରାଯାଇଥିଲା । ଏହି ଗଛ ନିଜର ଉଚ୍ଚତା ପାଇଁ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି । ସାଧାରଣତଃ ଗୋଟିଏ ଗଛ ବର୍ଷକରେ ପ୍ରାୟ ୨୦ କିଲୋଗ୍ରାମ ଧୂଳି ଏବଂ ୨୦ ଟନ୍ କାର୍ବନ ଡାଇଅକ୍ସାଇଡ୍ ଗ୍ରହଣ କରିଥାଏ।

ଏହାବ୍ୟତୀତ ପ୍ରତିବର୍ଷ ପ୍ରାୟ ୭୦୦ କିଲୋଗ୍ରାମ ଅମ୍ଳଜାନ ଉତ୍ପନ୍ନ କରିଥାଏ । ଗ୍ରୀଷ୍ମ ଋତୁରେ, ଗଛ ତଳେ ତାପମାତ୍ରା ସାଧାରଣତ ୪ ଡିଗ୍ରୀ କମ୍ ହୋଇଥାଏ। ଏହାସହିତ ଗୋଟିଏ ଗଛ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ବର୍ଗ ମିଟର ପ୍ରଦୂଷିତ ବାୟୁକୁ ଫିଲ୍ଟର୍ କରିଥାଏ।

ଏକ ଅଧ୍ୟୟନ ଅନୁସାରେ ଯେଉଁମାନଙ୍କର ଘର ଚାରିପାଖରେ ଗଛ ରହିଥାଏ, ସେମାନେ ମାନସିକ ଅବସାଦର ଅଭିଯୋଗ କରିବାର ସମ୍ଭାବନା କମ୍ ରହିଥାଏ। କାନାଡା ଜର୍ଣ୍ଣାଲ ସାଇଣ୍ଟିଫିକ୍ ରିପୋର୍ଟ ଅନୁଯାୟୀ, ଯଦି ଘରର ଆଖପାଖରେ ୧୦ ଗଛ ରହିଥାଏ, ତାହେଲେ ସେଠାରେ ରହୁଥିବା ବ୍ୟକ୍ତିଙ୍କ ବୟସ ୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଣୁ ଗଛ ଲଗାଇବା ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକ ।

You Can Read: