ବିଶ୍ବକପ୍ କ୍ରିକେଟ୍ ୨୦୧୯ : ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା
13/06/2019 at 9:27 AM

ଲଣ୍ଡନ ୧୩|୬: ଆଜି ବିରାଟ ବାହିନୀର ମିଶନ୍ ନ୍ୟୁଜିଲାଣ୍ଡ । ନଟିଂହାମ୍ ମୁହାଁମୁହିଁ ହେବେ ଭାରତ-କିୱି ଦଳ । ବିଶ୍ବକପ୍ ଖେଳୁଥିବା ୧୦ଟି ଦଳଙ୍କ ମଧ୍ୟରୁ କେବଳ ଭାରତ ଓ ନ୍ୟୁଜିଲାଣ୍ଡ ହିଁ ଏଯାଏ କୌଣସି ମ୍ୟାଚ୍ ହାରିନାହାନ୍ତି । ତେଣୁ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଉଭୟ ଦଳ ପଡ଼ିଆକୁ ଓହ୍ଲାଇବେ । ତେବେ ଅଭ୍ୟାସ ମ୍ୟାଚରେ ଭାରତକୁ ପରାସ୍ତ କରିଥିବାରୁ କିୱି ଦଳର ମନୋବଳ ଦୃଢ ରହିଛି। ହେଲେ ଟିମ୍ ଇଣ୍ ଡିଆ ଦୁଇ ଶକ୍ତିଶାଳୀ ଦଳ ତଥା ଟାଇଟଲ ଫେଭରିଟ୍ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରି ଜବରଦସ୍ତ ଫର୍ମରେ ରହିଛି । ବିଶ୍ବକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ମାଟିରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ୍ ର ଦିନିକିଆ ସିରିଜ୍ ଖେଳା ଯାଇଥିଲା। ଏହି ସିରିଜ୍ କୁ ଭାରତ ୪-୧ ରେ ଜିତି ନେଇଥିଲା। ତେଣୁ ଆଜିର ମ୍ୟାଚ୍ ରେ ମଧ୍ୟ ଭାରତ ଫେଭରିଟ୍ ।
କିନ୍ତୁ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ଦଳର ରେକର୍ଡ ଭଲ। କେନ୍ ୱିଲିୟମ୍ ସନଙ୍କ ଦଳ କ୍ରମାଗତ ୪ର୍ଥ ବିଜୟ ହାସଲକରି ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚାହିଁବ ନିଶ୍ଚୟ। ଅଷ୍ଟ୍ରେଲିଆ ବିପକ୍ଷ େ ର ଶତକ ମାରିଥିବା ଶିଖର ଧାୱନ ଆହତହେବା ଭାରତୀୟ ଦଳ ପାଇଁ ଶକ୍ତ ଧକ୍କା। ରାହୁଲ ଓପନ୍ କରିବାକୁ ଥିବା ବେଳେ ୪ର୍ଥ ସ୍ଥାନ ପାଇଁ ବିଜୟ ଶଙ୍କର ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ମୁକାବିଲା ହେବ। ବିଜୟଙ୍କ ଅଲ୍ ରାଉଣ୍ଡ ଦକ୍ଷତା ଓ କାର୍ତ୍ତିକଙ୍କ ଅଭିଜ୍ଞତା ମଧ୍ୟରୁ ଭାରତକୁ ଗୋଟିଏ ବାଛିବାକୁ ପଡ଼ିବ। ରୋହିତ ପ୍ରଥମ ମ୍ୟାଚ୍ ରେ ଶତକ ଓ ୨ୟ ମ୍ୟାଚ୍ ରେ ଅର୍ଦ୍ଧଶତକ ମାରିଛନ୍ତି। ଉଭୟ ମ୍ୟାଚ୍ ରେ ମହେନ୍ଦ୍ର ସିଂହ ଧୋନି ଭଲ ବ୍ୟାଟିଂ କରିଛନ୍ତି ଏବଂ ହାର୍ଦିକ ପାଣ୍ଡ୍ୟା ଯେପରି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି ତାହା ଭାରତୀୟ ଦଳକୁ ଅଧିକ ଆତ୍ମବିଶ୍ବାସୀ କରିଛି। ନ୍ୟୁଜିଲାଣ୍ଡ ପେସ୍ ବୋଲରଙ୍କ ପ୍ରତି କିନ୍ତୁ ଭାରତୀୟ ବ୍ୟାଟ୍ ସମ୍ୟାନଙ୍କୁ ସତର୍କ ରହିବାକୁ ପଡ଼ିବ। ବୋଲ୍ ଟ ଓ ନିସାମ୍ ଙ୍କ ସହ ମ୍ୟାଟ୍ ହେନ୍ ରି ମଧ୍ୟ ଭଲ ବୋଲିଂ କରୁଛନ୍ତି। ତୀବ୍ର ଗତିରେ ବୋଲିଂ ପାଇଁ ପ୍ରସିଦ୍ଧ ଲୋକି ଫର୍ଗୁସନ୍ ଭଲ ୱିକେଟ ନେଇଛନ୍ତି। ତେବେ ଭାରତୀୟ ପେସ୍ ଆକ୍ରମଣରେ ଯଶପ୍ରୀତ ବୁମ୍ ରା ଓ ଭୁବନେଶ୍ବର କୁମାର ରହିଛନ୍ତି; ଯିଏ ଏଯାଏ ବହୁତ ଭଲ ବୋଲିଂ କରିଛନ୍ତି।