ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ
22/05/2018 at 11:39 PM

ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ। ଇମ୍ଫାର ପ୍ରତିଷ୍ଠାତା ଡକ୍ଟର ବଂଶୀଧର ପଣ୍ଡାଙ୍କର ଭୁବନେଶ୍ୱର ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ବନାରସ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଏବଂନିଚିକାନ୍ତ ବୈଶୟିକ ବିଶ୍ୱ ବିଦ୍ୟାଳୟରୁ ବୈଶୟିକ ଡିଗ୍ରୀ ହାସଲ କରିଥିଲେ । ହାଓ୍ୱାର୍ଡ ବିଶ୍ୱ ବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ୧୯୬୧ରେ ସେ ଇମ୍ଫା ପ୍ରତିଷ୍ଠା କରିଥିଲେ । କିଛି ଦିନ ଧରି ଉତ୍କଳ ଚେମ୍ୱର ଅଫ୍ କମର୍ସର ଅଧକ୍ଷ ଥିଲେ । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ସେ ଘନିଷ୍ଠ ବନ୍ଧୁ ଥିଲେ । ବଂଶୀଧରଙ୍କର ବିୟୋଗରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି ।
Related Posts
ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26 March 2023
ଓଭରଲୋଡିଂ ହେଲା କାଳ, ବାଲି ଗାଡିଠୁ ଆଦାୟ ହେଲା ଲକ୍ଷେ ଫାଇନ୍
26 March 2023
ସହର ଭିତରେ ପଶିଲେ ୧୨ ଟିକିଆ ହାତୀପଲ, ଲୋକେ ଭୟଭୀତ
26 March 2023