ବିରଳ ହିମାଳିୟନ ଗ୍ରିଫନ ଶାଗୁଣା ଉଦ୍ଧାର, ଚିକିତ୍ସାରେ ଲାଗିଛି ବନବିଭାଗ
7/12/2022 at 12:35 PM

ଝାରସୁଗୁଡା ୦୭/୧୨: ଝାରସୁଗୁଡା ଜିଲ୍ଲାରୁ ଉଦ୍ଧାର ହେଲା ବିରଳ ହିମାଳିୟନ ଗ୍ରାଫିନ ଶାଗୁଣା । ବେଲପାହାଡ ବନଞ୍ଚଳ ବାଘମୁଣ୍ଡା ସେକ୍ସନ କର୍ମଚାରୀମାନେ ବିଶିପାଳି ଗ୍ରାମ ନିକଟରୁ ଏହି ଶାଗୁଣାକୁ ଉଦ୍ଧାର କରାଯାଇଛି ।
ପକ୍ଷୀଟି ଏକ ଗଛ ଉପରେ ବସିଥିବାବେଳେ ଶହଶହ କୁଆ ଏହାକୁ ଆକ୍ରମଣ କରିଥିଲେ । ଏହାଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚରୀ ଓ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳକୁ ପହଂଚି ଶାଗୁଣାକୁ ଉଦ୍ଧାର କରିବା ସହ ଏହାର ଚିକିତ୍ସା କରାଇଛନ୍ତି । ଶାଗୁଣାଟିର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ବନବିଭାଗ ସୂଚନା ଦେଇଛି l
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023