ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା: ଅଭିଯୁକ୍ତକୁ ବ୍ୟାନ୍ କଲା ଏୟାର ଇଣ୍ଡିଆ
4/01/2023 at 4:19 PM

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଅଭିଯୁକ୍ତ ଉପରେ ବ୍ୟାନ ଲଗାଇଲା ବିମାନ କମ୍ପାନୀ। ତେବେ ମାତ୍ର ୩୦ ଦିନ ପାଇଁ ବ୍ୟାନ୍ ଲଗାଯାଇଛି। ଏନେଇ ବିମାନ କମ୍ପାନୀ ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।
ଘଟଣା ନଭେମ୍ବର ୩୦ ତାରିଖରେ ଘଟିଥିଲା। ଏୟାର ଇଣ୍ଡିଆର ଏକ ବିମାନ ୧୪୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଅଭିମୁଖେ ଆସୁଥିଲା। ମଧ୍ୟାହ୍ନ ଭୋଜନ ପରେ ଯେତେବେଳେ ବିମାନର ଲାଇଟ୍ ବନ୍ଦ କରାଗଲା ସେତେବେଳେ ଏଳି ଅଭଦ୍ରାମୀ କରିଥିଲେ ମଦୁଆ ବ୍ୟକ୍ତି। ମହିଳାଙ୍କ ଶିଟ୍ ପାଖକୁ ଆସି ଚେନ୍ ଖୋଲି ତାଙ୍କ ଉପରେ ପରିସ୍ରା କରିଥିଲେ। ପରିସ୍ରା କରିସାରିବା ପରେ ବି ବୟସ୍କା ମହିଳାଙ୍କ ସାମ୍ନାରେ ଛିଡ଼ା ହୋଇ ରହିଥିଲେ ଅଭିଯୁକ୍ତ।
ତେବେ ମହିଳାଙ୍କ ପାଖରେ ବସିଥିବା ଯାତ୍ରୀ ଏଥିରେ ଅସନ୍ତୁଷ୍ଟ ହୋଇ କରି ଏଠାରୁ ଚାଲିଯିବାକୁ କହିଥିଲେ। ପୀଡ଼ିତା ମହିଳା ଜଣଙ୍କର ଘଟଣା ସମ୍ପର୍କରେ ଟାଟା ଗ୍ରୁପର ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନଙ୍କୁ ଜଣାଇବା ପରେ ମାମଲା ସାମ୍ନାକୁ ଆସିଥିଲା। ଘଟଣାକୁ ନେଇ କମ୍ପାନୀ କହିଥିଲା ଯେ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସୂଚିତ କରାଯାଇଛି। ମାମଲାରେ ତଦନ୍ତ ଜାରି ରହିବା ସହିତ ଟିମ୍ ନିୟମିତ ପୀଡିତାଙ୍କ ସଂସ୍ପର୍ଶରେ ରହିଛି ବୋଲି ଏୟାରଇଣ୍ଡିଆ କହିଛି। ଆଉ ଆଜି ଉକ୍ତ ଅଭିଯୁକ୍ତ ବିରୋଧରେ ୩୦ ଦିନିଆ ବ୍ୟାନ୍ ଲଗାଇଛି ବିମାନ କମ୍ପାନୀ। ତା ସହିତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମାମଲା ବି ହୋଇଥିବା ବିମାନ କମ୍ପାନୀ ସୂଚନା ଦେଇଛି।