ବିବାହ ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ମଲାଇକା, କହିଲେ-ଅର୍ଜୁନ୍ ସହ ପ୍ରି-ହନିମୁନ୍…
19/03/2023 at 1:50 PM

ମୁମ୍ଵାଇ ୧୯।୦୩: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା । ତାଙ୍କର ଡ୍ୟାନ୍ସ ମୁଭ୍ ସହିତ ବଡି ଫିଟନେସ୍ ପାଇଁ ମଧ୍ୟ ଜଣାଶୁଣା । ମଲାଇକା ଯେଉଁଆଡେ ଯାଆନ୍ତି ତାଙ୍କର ଦିୱାନାଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ । ବୃତ୍ତିଗତ ଜୀବନ ସହିତ, ମଲାଇକାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଏ ।

ମଲାଇକା ଆରୋରା ୨୦୧୬ରେ ଅରବାଜ ଖାନଙ୍କଠାରୁ ଅଲଗା ହୋଇଥିଲେ । କିଛି ସମୟ ପରେ ଅର୍ଜୁନ କପୁରଙ୍କ ସହ ସମ୍ପର୍କରେ ଆସିଲେ। ଅର୍ଜୁନ-ମଲାଇକାଙ୍କ ଯୋଡି ପ୍ରଶଂସକମାନେ ପସନ୍ଦ କରନ୍ତି ଏବଂ ସେମାନେ ସବୁବେଳେ ଉଭୟଙ୍କ ବିବାହକୁ ନେଇ ସମସ୍ତଙ୍କ ମନରେ ଥାଏ ପ୍ରଶ୍ନ । ଏଭଳି ପରିସ୍ଥିତିରେ ମଲାଇକା ତାଙ୍କ ବିବାହ ପ୍ରଶ୍ନ ଉପରେ ପୁଣି ଥରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମଲାଇକା -ଅର୍ଜୁନ ମଧ୍ୟରେ ପ୍ରାୟ ୧୨ ବର୍ଷର ପାର୍ଥକ୍ୟ ଅଛି। କିନ୍ତୁ ଏହା ସତ୍ତ୍ ଉଭୟଙ୍କ ପ୍ରଶଂସକ ଦୁହିଁଙ୍କୁ ଖୁବ୍ ପସନ୍ଦ କରନ୍ତି। ଉଭୟ ପ୍ରାୟତ ସୋସିଆଲ ମିଡିଆରେ ପରସ୍ପର ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଏ ପ୍ରଶଂସକମାନେ ଚାହୁଁଛନ୍ତି ଯେ ଉଭୟ ଯଥାଶୀଘ୍ର ବିବାହ କରନ୍ତୁ। ଏ ସମ୍ପର୍କରେ ମଲାଇକା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ବିବାହ କରିବାକୁ ତତ୍ପର ନୁହଁନ୍ତି। ଉଭୟ ସେମାନଙ୍କର ପ୍ରି-ହନିମୁନ୍ ପର୍ଯ୍ୟାୟ ଉପଭୋଗ କରୁଛନ୍ତି ।