ବିପର୍ଯୟସ୍ତ ଗୋସମ୍ପଦ ! ମାଟି ମାଫିଆଙ୍କ କବ୍ଜାରେ ଚାରଣ ଭୂମି
17/04/2018 at 7:12 AM

ଚାନ୍ଦବାଲି ବ୍ଲକରେ ଗୋରୁ, ଗାଈଙ୍କ ପାଇଁ ପ୍ରସସ୍ତ ଚାରଣ ଭୂଇଁ ଏବେ ସଂକିର୍ଣ୍ଣ ହେବକୁ ବସିଛି । ଶହ ଶହ ଏକର ସରକାରୀ ଗୋଚର ଚାରଣ ଭୂମି ଏବେ ଜବର ଦଖଲକାରଙ୍କ କବ୍ଜାରେ ରହିଛି । ସେହି ଚାରଣ ଭୂମିରେ କେଉଠି ବେଆଇନ ଭାବେ ଚିଙ୍ଗୁଡ଼ଚାଷ ଆରମ୍ଭ କରାଗଲାଣିତ କେଉଠି ବେଧଡ଼କ ଭାବେ ମାଟି ଉଠାଯାଇ କୃତିମ ହ୍ରଦ ସୃଷ୍ଟି କରାଯାଉଛି । ଅଧତ୍କାଂଶ ଚାରଣ ଭୂମି ଗୋଚର ଅନାବାଦୀ ଜାଗାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ ଆଦିି ଗଢି ଉଠିଥତ୍ବାବଳେ ଅନେକ ଚାଷ ଜମି ରେ ପରିଣତ କଲେଣି । ଏସବୁ ଜାଣିସୁଣି ଚାନ୍ଦବାଲି ରାଜସ୍ବ ବିଭାଗ ଚୁପ୍ ବସିଛି । ବର୍ଷସାରା ଗାଈ,ମଇଁଷୀ ଓ ପଶୁ ସମ୍ପଦ ମାନଙ୍କ ପାଇଁ ପ୍ରସସ୍ତ ଚାରଣଭୂମିର ଅଭାବ ପରିଲକ୍ଷିତ ହୋଇଛି । ଯାହାଫଳରେ 10 ବର୍ଷ ତଳେ ଏ ଅଞ୍ଚଳରେ ଯତେ ମଇଁଷି ଥତ୍ଲେ ତାହାର ଏକ ଦଶମାଂଶ ସୁଦ୍ଧା ବର୍ତ୍ତମାନ ଦେଖା ଯାଉନାହଁ।’ି । ବିଗତ 10 ବର୍ଷ ମଧ୍ୟରେ ଚାନ୍ଦବାଲି ବ୍ଲକର ଚାରଣଭୂମିର ଅଭାବ ସହିତ ଗୋଖାଦ୍ୟର ମୃଲ୍ୟ ବୃଦ୍ଧି ଯୋଗୁ ଦୁଗ୍ଧ ବ୍ୟବସାୟୀମାନେ ଗାଈ, ଗୋରୁ ନ ପାଳି ବିକ୍ରି କରିଦେଉଛ’ି । ଚାରଣଭୂମିର ଜବରଦଖଲ ଜନିତ ଗୋସମ୍ପଦ ବିପର୍ଯୟସ୍ତ ଆଡକୁ ଗତି କରୁଥତ୍ବା ଗୋ ପାଳକ ମାନେ ଅଭିଯୋଗ କରିଛ’ି । ସବୁପରେ ଏବେ ମାଟି ମାଫିଆ ମାନେ ବେଧଡ଼କ ଭାବେ ଗୋଚର ଜମିରେ ମାଟି ବିକ୍ର କରିବା ଓ ଚିଙ୍ଗୁଡ଼ି ଚାଷ କରିବା ଏବେ ପରିବେଶ ପାଇଁ ଅନ୍ୟ ଏକ ବଡ଼ ସମସ୍ୟା ଶୃଷ୍ଟି କରିଛି ।