oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବିନା ଅନୁମତିରେ ଅନ୍ୟର ଫୋନକୁ ଛୁଇଁବା ବେଆଇନ୍ ଅଟେ , ହୋଇପାରେ ୬ମାସ ଜେଲ ଦଣ୍ଡ

25/11/2021 at 11:40 AM

ନୂଆଦିଲ୍ଳୀ ୨୫।୧୧ : ଦୁନିଆର ପ୍ରତ୍ୟେକ ଦେଶର ଭିନ୍ନ ଭିନ୍ନ ନିୟମ ରହିଛି । ଅନେକ ଦେଶର ନିୟମ ଅତ୍ୟନ୍ତ ନମନୀୟ ହୋଇଥିବାବେଳେ ଅନେକ ଦେଶର ନିୟମ ଅତ୍ୟନ୍ତ କଠୋର ରହିଥାଏ । ହେଲେ କିଛି ଦେଶ ମଧ୍ୟ ଅଛି ଯାହାର ନିୟମ ଅତ୍ୟନ୍ତ ଅଦ୍ଭୁତ ଅଟେ । ଏହି ନିୟମ ଲୋକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।  ଏହିପରି କିଛି ନିୟମ ଆମ ପଡୋଶୀ ଦେଶ ପାକିସ୍ଥାନରେ ମଧ୍ୟ ଅଛି ।

କେବଳ ଏତିକି ନୁହେଁ, ପାକିସ୍ତାନରେ ଏପରି ଅନେକ ଅଜବ ନିୟମ ଅଛି, ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ପାକିସ୍ତାନରେ ଏକ ନିୟମ ଅଛି ଯଦି ଆପଣ କାହାର ଫୋନକୁ ବିନା ଅନୁମତିରେ ଛୁଇଁବା ବେଆଇନ ଅଟେ । ଯଦି କେହି ଅଜାଣତରେ ବିନା ଅନୁମତିରେ ଅନ୍ୟର ଫୋନକୁ ସ୍ପର୍ଶ କରନ୍ତି, ତା’ହେଲେ ତାଙ୍କ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ।  ଏହି ଅପରାଧ କରୁଥିବା ବ୍ୟକ୍ତିଙ୍କୁ ୬ମାସ ଜେଲ ଦଣ୍ଡ ହେବ ।

ପାକିସ୍ତାନରେ କିଛି ଶବ୍ଦକୁ ଇଂରାଜୀରେ ଅନୁବାଦ କରିବା ବେଆଇନ ବୋଲି ବିବେଚନା କରାଯାଏ । ଏଠାରେ ଆପଣ ଆଲ୍ଲା, ମସଜିଦ୍, ରସୁଲ କିମ୍ବା ନାବି ଇତ୍ୟାଦି ଶବ୍ଦର ଇଂରାଜୀ ଅନୁବାଦ କରିପାରିବେ ନାହିଁ ।  ଯଦି କୌଣସି ବ୍ୟକ୍ତି ଏହି ଶବ୍ଦର ଇଂରାଜୀ ଅନୁବାଦ କରନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ପାକିସ୍ତାନର ଜଣେ ନାଗରିକ କଦାପି ଇସ୍ରାଏଲକୁ ଯାଇପାରିବ ନାହିଁ। ବାସ୍ତବରେ ପାକିସ୍ତାନ ଏହାର ନାଗରିକମାନଙ୍କୁ ଇସ୍ରାଏଲ ଯିବାକୁ ଅନୁମତି ଦିଏ ନାହିଁ । ସେଥିପାଇଁ ପାକିସ୍ତାନ ସରକାର ନାଗରିକମାନଙ୍କୁ ଇସ୍ରାଏଲ ଯିବାକୁ ଭିସା ଦେଉ ନାହାଁନ୍ତି।

   Related Posts