Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଧାନସଭାରେ ପାରିତ ହେଲା ଓଡ଼ିଶା ସରକାରୀ ଭାଷା ସଂଶୋଧନ ଅଧିନିୟମ ୨୦୧୮

1/05/2018 at 11:55 PM

ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ନିଯୁକ୍ତିଦାତାମାନେ ସେମାନଙ୍କର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକର ସମ୍ମୁଖରେ ଓଡ଼ିଆ ଭାଷାରେ ଲିଖିତ ନାମଫଳକ ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ଝୁଲେଇବା ବାଧ୍ୟତାମୂଳକ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ ପ୍ରସ୍ତାବ ଗୃହୀତ ହୋଇଛି। ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଦ୍ୱାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବା ପାଇଁ ଏକ ପ୍ରସ୍ତାବ ରଖାଯାଇଛି।
ଏତଦ୍ ବ୍ୟତୀତ ଉପରୋକ୍ତ ପ୍ରଚଳିତ ଅଧିନିୟମର କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଦଣ୍ଡବିଧାନ ପ୍ରସ୍ତାବ ରଖାଯାଇଛି। ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ନିଯୁକ୍ତିଦାତା ମାନେ ସେମାନଙ୍କର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକର ସମ୍ମୁଖରେ ଓଡ଼ିଆ ଭାଷାରେ ଲିଖିତ ନାମଫଳକ ଝୁଲେଇବା ସମ୍ପର୍କରେ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରଚଳନ ବ୍ୟବସ୍ଥା କରାଯାଉଛି, ଯାହା ଫଳରେ ଏହାର ସଠିକ୍ ଅନୁପାନଳନ କରାଯାଇପାରିବ।
ଓଡ଼ିଆ ଭାଷା ପ୍ରୟୋଗ ନ କଲେ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ର ବିଜ୍ଞପ୍ତି ଅନୁସାରେ ଓଡ଼ିଆ ଭାଷା ପ୍ରୟୋଗ ନେଇ ଯେଉଁ ଅଧିକାରୀମାନେ ନିୟମ ପାଳନ କରିବେ ନାହିଁ ସେମାନଙ୍କ ପାଇଁ ଦଣ୍ଡ ବିଧାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହା ବ୍ୟତୀତ ଯେଉଁ କର୍ମଚାରୀ/ଅଧିକାରୀମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ସଠିକ ପ୍ରୟୋଗ କରିବେ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି।
ଏ ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓଡ଼ିଆ ଭାଷା କମିଟି ଦ୍ୱାରା ସମୀକ୍ଷା ସମୟରେ ଅନେକ ସରକାରୀ କର୍ମଚାରୀ/ଅଧିକାରୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ କରୁନଥିବା କିମ୍ୱା ଠିକ୍ ଭାବରେ କରୁନଥିବା ସରକାରଙ୍କର ଦୃଷ୍ଟିଗୋଚର ହୋଇଅଛି। ଓଡ଼ିଆ ସରକାରୀ ଭାଷା ଆଇନ, ୧୯୫୪ ଅନୁସାରେ ଏଥିରେ ଦଣ୍ଡ ବିଧାନର ବ୍ୟବସ୍ଥା ନ ଥିବା କାରଣରୁ ଅଧିକାରୀମାନେ ଏହାକୁ ସୂଚାରୁ ରୂପେ ପାଳନ କରୁନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି। ଦଣ୍ଡ ବିଧାନ ବ୍ୟବସ୍ଥା ନିୟମାବଳୀ ପ୍ରସ୍ତୁତ ବେଳେ କରାଯିବ।

Leave a Reply

   Related Posts