ବିଧାନସଭାରେ ନୀଳଗିରି ଓ ସୋର ଦୁଷ୍କର୍ମ ତାତି
16/04/2018 at 11:32 PM

ବିଧାନସଭାରେ ନୀଳଗିରି ଓ ସୋର ଦୁଷ୍କର୍ମ ତାତି । ରାଜ୍ୟରେ ଏବେ ମହିଳା ଓ ନାବାଳିକାଙ୍କ ଉପରେ ଅତ୍ୟାଚାର ବଢିଚାଲିଥିବା ବେଳେ ସରକାର କିଭଳି ନିରବଦ୍ରଷ୍ଟା ସେନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।ଏହା ଉପରେ ମୋସନ ଆକାରରେ ଆଲୋଚନା ପାଇଁ ବିରୋଧୀ ଅଡିବସିବା ସହ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦିଅନ୍ତୁ ବୋଲି ଦାବି କରିଛନ୍ତି । ଶେଷରେ ୧୯ ତାରିଖରେ ଏନେଇ ଗୃହରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି । ସେପଟେ ନୀଳଗିରି ମାମଲାରେ ସ୍ଥାନୀୟ ବିଧାୟକଙ୍କ ସଂପର୍କୀୟ ଅଭିଯୁକ୍ତ ବୋଲି ଖବର ଆସିବା ପରେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି ..