ବିଦ୍ୟୁତ କାଟକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ
7/06/2018 at 9:36 PM

ଯାଜପୁର କୋରାଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ଠାରେ ଥିବା ଷ୍ଟକଚର ଅଧପନ୍ତରିୟା ଅବସ୍ଥାରେ ପଡିରହିଛି । ୨୦୧୩ ମସିହାରେ ଏହାର ଭିତିପ୍ରସ୍ତ ସ୍ଥାପନ କରାଯାଇଥିଲା । ଏହା ଭିତରେ ୬ ବର୍ଷ ବିତିଗଲାଣି ହେଲେ ସବଷ୍ଟେସନ ଟିର କାମ ସରିବାକୁ ନା ଧରୁନି । ଯେଉଁ ଥିରେ ପ୍ରାୟ ପାଞ୍ଚଟି ପଞ୍ଚାୟତ ର ୧୦୦୦୦ରୁ ଉର୍ଦ୍ଧ୍ବ ଉପଭୋକ୍ତା ବିଦ୍ୟୁତ ପାଇ ପାରୁ ନାହାନ୍ତି । କେନ୍ଦୁଝର ଜିଲ୍ଲାରୁ ବିଦ୍ୟୁତ ଯୋଗାଇ ଦିଆଉଥିବା ଫଳରେ ସେମାନଙ୍କୁ ହଇରାଣ ହେବାକୁ ପଡୁଛି । ଗୁଳୁ ଗୁଳି ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି । ଘରେ ସବୁ ଥାଇ ମଧ୍ୟ ନା ଫ୍ୟାନ ଚାଲୁଛି ନା ଟିଭି ସବୁ ବନ୍ଦ ହୋଇ ପଡି ରହୁଛି । ବିଦ୍ୟୁତ ଯୋଗୁ ସବୁ ବ୍ୟାଘତ ହେଉଛି । ବିଦ୍ୟୁତ କାଟକୁ ନେଇ ଦୋକାନ ବଜାରରେ କାମ ବନ୍ଦ ହୋଇ ଯିବାରୁ ଯାହା ଫଳରେ ସାଧାରଣ ଲୋକ ମଧ୍ୟ ହରଇରାଣ ହେବାକୁ ପଡୁଛି ।