ବିଜୁ ଏକ୍ସପ୍ରେସ୍ ୱେର ତିନୋଟି ସ୍ଥାନରେ ଟୋଲ୍ ଗେଟ୍ରେ ମାତ୍ରାଧିକ ଟୋଲ୍ ଟ୍ୟାକ୍ସକୁ ବିରୋଧ
7/06/2018 at 9:59 PM

ରାଉଲ୍କେଲା ବିଜୁ ଏକ୍ସପ୍ରେସ୍ ୱେର ତିନୋଟି ସ୍ଥାନରେ ଟୋଲ୍ ଗେଟ୍ କରି, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ମାତ୍ରାଧିକ ଟୋଲ୍ ଟ୍ୟାକ୍ସ ଆଦାୟ କରୁଛି। ଯାହାକୁ ନେଇ ସମ୍ବଲପୁର,ସୁନ୍ଦରଗଡ ଓ ଝାରସୁଗୁଡାଜିଲ୍ଲାର ବସ୍,ଟ୍ରକ୍,ଟିପର ମାଲିକଙ୍କ ସମେତ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିଛନ୍ତି। ଏହି ରାସ୍ତାଟି ପୂର୍ବରୁ ଜାତୀୟ ରାଜପଥ ଥିବା ବେଳେ, ଲୋକମାନେ ସେତେବେଳେ ମଧ୍ୟ ଟୋଲ୍ ଟ୍ୟାକ୍ସ୍ ଦେଇ ଆସୁଥିଲେ। ୧୭ବର୍ଷ ଟ୍ୟାକ୍ସ ଦେବାର କିଛି ମାସପରେ, ପୁଣି ଜିଜିୟା କରି ଭଳି,ରାଜ୍ୟ ସରକାର ଓ ଏଲ୍ଆଣ୍ଡଟି କମ୍ପାନୀୟ ମଧ୍ୟରେ ଥିବା ମଧୂଚନ୍ଦ୍ରିକା ଯୋଗୁ, ସାଧାରଣ ଲୋକମାନେ ମାତ୍ରାଧିକ ଟିକସ ଦେବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ତିନୋଟି ଜିଲ୍ଲା, ସମ୍ବଲପୁର,ସୁନ୍ଦରଗଡ ଓ ଝାରସୁଗୁଡାର ବିଭିନ୍ନ ସଂଗଠନ ଏକ ହୋଇ ଏହାର ମୁକାବିଲା କରିବାକୁ ସ୍ଥିର କରିଛନ୍ତି। ହେଲେ ଜିଲ୍ଲାପାଳ କହିଛନ୍ତି ସବୁ ଆଇନ ଅନୁସାରେ ହେଉଛି।