ବିଛା ଯଦି ନାହୁଡ ମାରିଦିଏ ତାହେଲେ କରନ୍ତୁ ଏହି ଉପାୟ, ତୁରନ୍ତ ମିଳିବ ବିଷଜ୍ବାଳାରୁ ମୁକ୍ତି
16/01/2019 at 6:14 PM

ବିଛାର ନାଁ ଶୁଣିଲେ ପ୍ରଥମେ ଏହାର ବିଷାକ୍ତ ନାହୁଡ଼ କଥା ମନକୁ ଆସିଥାଏ। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଅନୁସାରେ ବର୍ଷାଦିନେ ବିଛା ପ୍ରଜନନ କରିଥାନ୍ତି। ବିଛା ଥରକରେ ଅତି କମରେ ୧୦୦ଟି ଛୁଆ ଜନ୍ମ କରିଥାନ୍ତି। ବର୍ଷାଦିନେ ଥଣ୍ଡାରୁ ସୁରକ୍ଷା ଦେବା ପାଇଁ ଏବଂ ଉଷ୍ମତା ପାଇଁ ମାଇ ବିଛା ନିଜ ଛୁଆଙ୍କୁ ପିଠିରେ ଲଦି ସୁରକ୍ଷିତ ସ୍ଥାନକୁ ନେଇ ଯାଇଥାଏ।
ବର୍ଷାଦିନେ ଏବଂ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବିଛା ଘାସ,ପଥର,ଇଟା ତଳେ ଲୁଚି ରହିଥାନ୍ତି। ଟିକେ ଅସାବଧାନ ହେଲେ ବିଛା ଦଂଶନ କରିବାକୁ ଗୋଟିଏ ସେକେଣ୍ଡ ମଧ୍ୟ ସମୟ ନିଅନ୍ତି ନାହିଁ। ଯଦି କୈାଣସି ବ୍ୟକ୍ତିଙ୍କୁ ବିଛା ଦଂଶନ କରେ ତେବେ ଏହାର ବିଷରୁ ରକ୍ଷା ପାଇବାର କ’ଣ ଉପାୟ ରହିଛି ଆସନ୍ତୁ ଜାଣିବା
ଯଦି କୈାଣସି ବ୍ୟକ୍ତିଙ୍କୁ ବିଛା ଦଂଶନ କରେ ତେବେ ସେହି ସ୍ଥାନରେ କିମ୍ବା ଟିକେ ଉପରେ ଏକ ପତଳା ରଶି କିମ୍ବା କପଡ଼ାରେ ଗୁଡ଼ାଇ ଜୋରରେ ବାନ୍ଧି ଦିଅନ୍ତୁ। ଯାହା ଦ୍ବାରା ବିଷ ସମଗ୍ର ଶରୀରରେ ନବ୍ୟାପେ। ପୋଦିନା ପତ୍ରକୁ ବାଟି ସେହି ସ୍ଥାନରେ ଲଗାଇ ଦିଅନ୍ତୁ ଏହା ସହିତ ପୋଦିନା ରସକୁ ମଧ୍ୟ ପୀଡ଼ିତଙ୍କୁ ପିଇବାକୁ ଦିଅନ୍ତୁ। ଏପରି କରିବା ଦ୍ବାରା ବିଛାର ବିଷ ଖୁବ୍ ଶୀଘ୍ର ନଷ୍ଟ ହୋଇଯିବ।
ଆଉ ଏକ ଉପାୟ ହେଲା ଫିଟକିରିର ବ୍ୟବହାର। ଫିଟକିରିକୁ ପାଣିରେ ଘଷି ବିଛା ଦଂଶନ କରିବା ସ୍ଥାନରେ ଲଗାନ୍ତୁ ଏବଂ ଗରମ କପଡ଼ାକୁ ସେଥିରେ ସେକନ୍ତୁ। ଏହା କରିବା ଦ୍ବାରା ବିଛାର ବିଷ ପ୍ରଭାବହୀନ ହୋଇଥାଏ।