ବିକାଶର ବହୁଦୂରରେ କୋଟିଆ
21/05/2018 at 7:14 AM

ବିକାଶର ବହୁଦୂରରେ କୋଟିଆ । ବିଜୁଳି ଆଲୁଅ ସାତ ସପନ। କୋଟିୟା ପଞ୍ଚାୟତର ୪୩ ଟି ଗାଁ ମଧ୍ୟରୁ ଏବେବି ୮ ଟି ଗାଁକୁ ବିଜୁଳି ବ୍ୟବସ୍ଥା ପହଞ୍ଚି ପାରିନାହିଁ । ଆନ୍ଧ୍ର ପକ୍ଷରୁ ଗୋଟିଏ ଗାଁ ଓ ଓରିଡା ପକ୍ଷରୁ ୭ ଗାଁକୁ ବିଦ୍ୟୁତ କରଣ କରାଯାଇଥିବା ନେଇ ସରକାରଙ୍କ ରେକର୍ଡରେ ଦର୍ଶାଯାଉଛି ହେଲେ ବାସ୍ତବରେ ତାହା ହୋଇନାହିଁ। କୋଟିୟା ପଞ୍ଚାୟତର ମାତଳାମ୍ବ, ଗୁମେଲପଦର, ତଲାକାନ୍ତି, ସୁଲିଆମାଳି ଗାଁରେ ବିଦ୍ୟୁତକରଣ କରାଯାଇଥିବା ଦଁର୍ଶାଯାଇଛି । ଗାଁରେ ବିଦ୍ୟୁତ୍ ନଥିବାରୁ ଡିବିରି ଲୋକଙ୍କ ଭରସା ।
ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନି । ତୁରନ୍ତ ବିଦ୍ୟୁତିକରଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ବିଦ୍ୟୁତକରଣ କରିବାପାଇଁ ନିର୍ବାହୀଯନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଆଉ କହିଛନ୍ତି ସମସ୍ତ ଗାଁକୁ ଖୁବଶୀଘ୍ର ବିଦ୍ୟୁତକରଣ କରାଯିବ ।