ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବାହୁବଳୀ ବିଧାୟକଙ୍କ ସରିଗଲା କି ବଳ ? ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆତ୍ମସମର୍ପଣ ପରେ ଏବେ ନୂଆ ଅଧ୍ୟାୟ

8/10/2021 at 4:49 PM

ବାହୁବଳୀ ବିଧାୟକଙ୍କ ସରିଗଲା କି ବଳ ? ସରିଗଲା କି ତାଙ୍କ ଲୁଚକାଳି ଖେଳ । ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆତ୍ମସମର୍ପଣ ପରେ ଏବେ ନୂଆ ଅଧ୍ୟାୟ । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ପ୍ରଶାନ୍ତ ଜଗଦେବ କରିଛନ୍ତି ଆତ୍ମସମର୍ପଣ । ଏକ ମାସ ଧରି ଫେରାର ହେବା ପରେ ଧରା ଦେଇଛନ୍ତି । ଦଳ ପ୍ରଥମେ ହାତ ଛାଡି ଦେଇଥିଲା ଏବେ କୋର୍ଟକୁ ଆସି ପୋଲିସକୁ ହାତ ଧରାଇଦେଲେ ବାହୁବଳୀ ବିଧାୟକ ।

ଶେଷରେ ହାର ମାନିଲେ । ବାଲୁଗାଁ ଏନଏସି ଅଫିସ୍ ଗଣ୍ଡଗୋଳ ତାଙ୍କୁ କାଠଗଡାରେ ଠିଆ କରିଦେଲା । ବିଜେଡିରୁ ସସ୍‌ପେଣ୍ଡ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବେ ଆଇନ ଫାଶରୁ ମୁକୁଳିବେ ତ ? ଦାଦାଗିରି ମହଙ୍ଗା ପଡିଛି । ଦଳ ଦୂରେଇଛି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ଯାଇଛି । ଏବେ ଗୁଣ୍ଡାଗିରି ଅଭିଯୋଗରେ ଅଭିଯୁକ୍ତ ବିଧାୟକ ପ୍ରଶାନ୍ତ ଜଗଦେବ ।

ସେପ୍ଟେମ୍ବର ୮ରେ ବିଧାୟକଙ୍କ ପ୍ରଶାନ୍ତ ଜଗଦେବଙ୍କ ପାଇଁ ଥିଲା ଅଶୁଭ । ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ଆକ୍ରମଣ କରିବା ହୋଇଗଲା ମହଙ୍ଗା । ପ୍ରଶାନ୍ତଙ୍କ ଗିରଫ ଦାବିରେ ବିଜେପି ରାସ୍ତାକୁ ଓହ୍ଲାଇଲା । ଏପଟେ ବିଜେଡି ନେଲା ଡିସିପ୍ଲିନାରୀ ଆକ୍ସନ । ପ୍ରଶାନ୍ତ ଜଗଦେବ ବିଜେଡିରୁ ସସପେଣ୍ଡ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ଆଉଟ୍ । ସେହିଦିନଠାରୁ ଗିରଫ ଭୟରେ ଫେରାର ହୋଇଗଲେ ବହୁବଳୀ ପ୍ରଶାନ୍ତ ଜଗଦେବ । ବିଭିନ୍ନ ଜାଗାରେ ଖୋଜିଲା ପୋଲିସ । ଏପଟେ କୋର୍ଟରେ ଆଗୁଆ ଜାମିନ ଖାରଜ, ଲୁଚିଲେ ବାହୁବଳୀ ।

ସେ ବାହୁବଳୀ, ସେ ବିବାଦୀୟ । ପ୍ରଶାନ୍ତଙ୍କ ନାଁରେ ଆଗରୁ ଅନେକ ଅଭିଯୋଗ । ଲୋକ ପ୍ରତିନିଧି ହୋଇ ମଧ୍ୟ ଦାଦାଗିରି । ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର । ବିଶୃଙ୍ଖଳିତ ଆଚରଣ । ଶେଷରେ ସବୁ ସୀମା ଟପିଗଲା ବିଜେପି କର୍ମୀଙ୍କୁ ଆକ୍ରମଣ । ବୋଝ ହେବା ପୂର୍ବରୁ ବିଧାୟକଙ୍କୁ ବାଟ କାଟିଲା ଦଳ । ସବୁ ଢାଲ ହଟିଗଲା ପରେ ଶେଷରେ ଧରାଦେବାକୁ ବାଧ୍ୟ ହେଲେ ବାହୁବଳୀ ବିଧାୟକ । ଏବେ ଭୋଗିବାକୁ ହେବ ଆଚରଣର ଫଳ । ସମୟକୁ ଅପେକ୍ଷା ।

   Related Posts