ବାଳ ଏବଂ ନାବାଳକ ଅପରାଧୀ ମାନଙ୍କୁ ପୋଲିସର ଦକ୍ଷତା ବିକାଶ ତାଲିମ
22/05/2018 at 10:40 PM

ବାଳ ଅପରାଧୀଙ୍କ ପାଇଁ ଖୁସି ଖବର। ସମ୍ବଲପୁର ପୋଲିସ୍ ରାଜ୍ୟ ତଥା ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ କରିଛି ଏକ ନୂଆ ଯୋଜନା, ନୂଆ ଦିଗ। ଏହି ଯୋଜନାରେ, ବାଳ ଅପରାଧୀ ଓ ଛୋଟମୋଟ ଅପରାଧ କରି,ଅପରାଧୀ ଦୁନିଆରେ ପାଦ ଦେଇଥିବା ନାବାଳକଙ୍କ ପାଇଁ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ, ସେମାନଙ୍କୁ ୩ମାସିଆ ମାଗଣା ତାଲିମ୍ ପ୍ରଦାନ କରାଯିବ। ତାଲିମ୍ ପରେ,ସେମାନଙ୍କୁ ଥଇଥାନା କରାଯିବା ସହ,ଏକବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଉପରେ ନଜର ରଖାଯିବ। ଏହାଦ୍ବାରା ସମାଜରେ ବାଳ ଅପରାଧୀଙ୍କ ସଂଖ୍ୟା କମିବା ସହ, ସମାଜ ଅପରାଧ ମୁକ୍ତ ହୋଇପାରିବ। ବର୍ତ୍ତମାନ ସମାଜରେ, ସଂଖ୍ୟାଧିକ ଜଘନ୍ୟ ଅପରାଧ ବାଳ ଅପରାଧୀଙ୍କ ଦ୍ବାରା ଘଟୁଥିବା ବେଳେ,ସେମାନଙ୍କ ପାଇଁ ପୋଲିସ୍ ଦଣ୍ଡବିଧୀ ଆଇନରେ ସେପରି କଠୋର ଦଣ୍ଡର ବ୍ୟବସ୍ଥା ନାହିଁ। ତେଣୁ ସମ୍ବଲପୁର ପୋଲିସ୍ର ଏହି ସ୍ବତନ୍ତ୍ର ଅଭିଯାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।