ବାଲେଶ୍ୱର କୁରୁଡ଼ା ରାସ୍ତା କାମରେ ଦୁର୍ନିତୀ
22/05/2018 at 10:14 PM

ବାଲେଶ୍ବର ଜିଲ୍ଲା କୁରୁଡ଼ା ରାସ୍ତା କାମରେ ଦୁର୍ନିତୀ। ଲୋକଙ୍କର ସୁବିଧା ପାଇଁ ସରକାର କୁରୁଡ଼। ଠାରୁ ମଠସାହୀ ପର୍ଯ୍ୟନ୍ତ ୧୦ କିଲମିଟର ପାଖାପାଖି ରାସ୍ତା କାମ କରିବାପାଇଁ ଦେଇଛନ୍ତି ପାଖାପାଖି ୪କୋଟି ଟଙ୍କା। ଏହାର କାର୍ଯ୍ୟ କରିବାପାଇଁ କଂଟ୍ରାକ୍ଟରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ପି ଏମ୍ ଜି ଏସ୍ ଓ ବାୟ ଯୋଜନାରେ ଏହି କାର୍ଯ୍ୟ ହେଉଛି। ୩୦.୧୧.୨୦୧୬ମସିହାରେ ଏହି ରାସ୍ତାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟଟି ୨୯.୧୦.୨୦୧୭ରେ ଶେଷ ହେବା କଥା । ହଲେ ଆଜି ପର୍ଯ୍ୟନ୍ତ ଅଧାକାର୍ଯ୍ୟ ବି ଶେଷ ହୋଇ ପାରିନାହଁ। ଏହା ମଧ୍ୟରେ ବିତିଲାଣି ଦେଢ଼ ବର୍ଷ। ଯେଉ ସବୁ କାର୍ଯ୍ୟ ହୋଇଛି ତାହାମଧ୍ୟ ନିମ୍ନ ମାନର ବୋଲି ଗ୍ରାମବାସୀ କହିଛନ୍ତି। କଂଟ୍ରାକ୍ଟର କାର୍ଯ୍ୟ କରିବାସମୟରେ ସେଠାରେ ଜେଇ କିମ୍ବା କାର୍ଯ୍ୟନିର୍ବ।ହୀ ଯନ୍ତ୍ରୀଙ୍କର ଦେଖା ନାହଁ। କାର୍ଯ୍ୟର ମାନକୁ ନେଇ ସେମାନଙ୍କ ନିକଟରେ ଗୁହାରିକଲେ ଲୋକଙ୍କୁ ମିଳୁଛି ମାଡ଼ ମାରିବାର ଧମକ।