ବାପା ଆକ୍ରମଣରେ ଗୁରୁତର ମେଧାବୀ ଛାତ୍ରୀ ପୂଜାଶ୍ରୀ ସାହାଯ୍ୟ ଅପେକ୍ଷାରେ
17/05/2018 at 10:40 PM

ମା ଆରପାରିକୁ ଚାଲିଗଲା । ମାକୁ ହତ୍ୟା କରିବା ଅଭିଯୋଗରେ ବାପା ଏବେ ଜେଲ୍ରେ । ମାକୁ ବଞ୍ଚାିବାକୁ ଯାଇ ମରଣାନ୍ତକ ଶିକାର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବାଲିପାଟଣା ଥାନା କଣ୍ଟା ସାହି ଗାଁର ଝିଅ ପୂଜାଶ୍ରୀ । ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ୱର ରଖିଥିବା ମେଧାବୀ ପୂଜାଶ୍ରୀ ଭବିଷ୍ୟତ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ଏବେ କିନ୍ତୁ ସମ୍ପୁର୍ଣ୍ଣ ବେସାହାରା ପାଲଟି ଯାଇଛନ୍ତି । ନିଜର କହିଲେ ନବମ ଶ୍ରେଣୀରେ ପଢୁଥିବା ଏକମାତ୍ର ଭାଇ ଗାଁଲୋକ ଏବଂ ସମ୍ପର୍କୀୟଙ୍କ ଚାନ୍ଦା ଭେଦାରେ ଚାଲିଛି ତାଙ୍କ ଚିକିତ୍ସା । କେହି ସହୃଦୟ ବ୍ୟକ୍ତି କିମ୍ୱା ସଂସ୍ଥା ପୂଜାଶ୍ରୀଙ୍କା ପାଇଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଚାହୁଁଥିଲେ ।ଏହି ଆକାଉଣ୍ଟ ନମ୍ୱରରେ ପଠାଇପାରିବେ।
Rudrabhushan Sahoo,
A/C no – 08473211015703
IFSC – UCBA0000847
UCO Bank, Banamalipur Branch.