oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବାତ୍ୟା ୟସକୁ ନେଇ ଗଞ୍ଜାମ ପ୍ରଶାସନ ପକ୍ଷରୁ ବୈଠକ

22/05/2021 at 5:27 PM

ଖଲିକୋଟ, ୨୨।୫: କରୋନା ମହାମାରୀକୁ ନେଇ ଲୋକମାନଙ୍କ ଭୟ ରହିଥିବା ବେଳେ ପୁଣି ଏବେ ଆସୁଥିବା ବାତ୍ୟା ୟସର ଡର । ସମ୍ଭାବ୍ୟ ବାତ୍ୟା ୟସ୍ କୁ ନେଇ ଆଜି ଗଂଜାମ ଜିଲାପ୍ରଶାସନ ପକ୍ଷରୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏକ ବୈଠକ କରାଯାଇଛି ।

ଉକ୍ତ ଭିଡିଓ କନଫ୍ରେନ୍ସିଂ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଜିଲ୍ଲାର ବିଡିଓ, ଏନଏସି ନିର୍ବାହୀ ଅଧିକାରୀ, ତହସିଲାଦାର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ବାତ୍ୟା ୟସକୁ କିପରି ସଠିକ ମୁକାବିଲା କରିପାରିବା ସେନେଇ ଆମକୁ ସଜାଗ ରହିବାକୁ ପଡିବ ବୋଲି କହିଛନ୍ତି। ଆମକୁ ଏବେ ଦୁଇଟି ଚ୍ୟାଲେଂଜ ରହିଛି । ଗୋଟିଏ କରୋନା ଓ ବାତ୍ୟା ୟସ । ବାତ୍ୟାକୁ ନେଇ ଏକ ପ୍ଲାନ ପ୍ରସ୍ତୁତ କରାଯାଇଛି । ଜିଲ୍ଲାର ସମୁଦ୍ର ନିକଟବର୍ତ୍ତୀ ଅଂଚଳର ବିଡିଓ , ଏନଏସି ନିର୍ବାହୀ ଅଧିକାରୀ ଓ ତହସିଲଦାର ମାନେ ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି । ଆବଶ୍ୟକ ପଡିଲେ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ୧୫ ଟି ବ୍ଲକରେ ୧୦୪ ଟି ବାତ୍ୟା ଓ ବନ୍ୟା ଅଶ୍ରୟ ସ୍ଥଳି ରହିଛି । କଚ୍ଚା ଘରେ ରହୁଥିବା ଲୋକଙ୍କ ପରିବାରରେ କେତେ ଗର୍ଭବତୀ, ଶିଶୁ ଓ ବରିଷ୍ଠ ନାଗରିକ ମାନେ ଅଛନ୍ତି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି । ଆବଶ୍ୟକ ପଡିଲେ ଲୋକମାନଙ୍କୁ ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତରିତ କରାଯିବ । ଯେଉଁମାନେ ହୋମ ଆଇସୋଲେସନରେ ରହିଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗାଡି ଓ ସ୍ୱତନ୍ତ୍ର ବାତ୍ୟା ଆଶ୍ରୟ ସ୍ଥଳିରେ ରଖାଯିବ । ଏଥିସହ ଓଡ୍ରାଫ୍, ଅଗ୍ନିଶମ ବିଭାଗକୁ ଆଲର୍ଟ ରହିବାକୁ କୁହାଯାଇଛି ।

ଜିଲ୍ଲାରେ ବାତ୍ୟା ହେଲେ ବିଶେଷକରି ସମୁଦ୍ରକୂଳିଆ ଅଚଂଳ ଛତ୍ରପୁର, ଗଂଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ ଏବଂ ଚିଲିକା ଉପକୂଳବର୍ତ୍ତୀ ଖଲିକୋଟ ବ୍ଲକକୁ ବାତ୍ୟାର ଭୟ ରହିଥାଏ । ବାତ୍ୟା ଅଶ୍ରୟ ସ୍ଥଳିରେ ଲୋକମାନେ ରହିଲେ ସେଠାରେ କିପରି ଖାଦ୍ୟ ବ୍ୟବସ୍ଥା, ରାସ୍ତା ନଷ୍ଟ ହେଲେ ତାହାର କିପରି ପୁନରାବୃତି ହୋଇପାରି ସେ ଉପରେ ଆଲୋଚନା କରାଯାଇଥିଲା ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରକୁ ମାଛ ମାରିବା ପାଇଁ ମଧ୍ୟ ବାରଣ କରାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲିନା କୁମାରୀ ଖେସ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ |

   Related Posts