ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ
7/05/2018 at 11:00 AM

ସତ ହୋଇଛି ବସ୍ତି ବାସିନ୍ଦଙ୍କ ସ୍ବପ୍ନର ଘର । ଛତ୍ରପୁରରେ ୨ହଜାର ହିତାଧିକାରୀଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାର ୮ ଏବଂ ପୁରୀ ଜିଲ୍ଲା କୋଣାର୍କ ଏନ୍ ଏସି ଅନ୍ତର୍ଗତ ବସ୍ତି ବାସିନ୍ଦା ଜମି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏଥି ସହ ଉପଯୋଗୀ ବସ୍ତି ମିସନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ବର୍ଷେ ମଧ୍ୟରେ ୨୫ ଶହ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ପ୍ରମାମ ପତ୍ର ଦିଆଯିବ । ଏହା ଦ୍ବାର ୧୦ ଲକ୍ଷ ଲୋକ ଉପକୃତ ହେବେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ଇତିହାସ ସୃଷ୍ଟି କରିଛି ଓଡିଶା । ଗରିବ ଲୋକଙ୍କୁ ଖୁସି ଦେବାରେ ମୋର ଖୁସି । ଟାଟ ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ଏହି ଯୋଜନାକୁ ପ୍ରଶାଂସା କରିଛନ୍ତି । ସେପଟେ ଏହାର ପ୍ରତିକ୍ରିୟା ରଖିଛି ବିଜେପି । ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଏହା ନିର୍ବାଚନୀ ଥୋପ ଛଡା ଆଉ କିଛି ନୁହେଁ । ଯଦି ବସ୍ତି ବାସିନ୍ଦାଙ୍କୁ ଜମି ଦେବାର ଥିଲା ତେବେ ୨୦୧୪ରୁ କାହିଁକି କଲେନି ବୋଲି ପାଲଟା ପ୍ରଶ୍ନ କରିଛି ବିଜେପି ।