ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବଲିଉଡ୍ ଅଭିନେତ୍ରୀଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ରମ୍ଭା, ଝିଅ ଗୁରୁତର

1/11/2022 at 10:53 AM

ମୁମ୍ୱାଇ ୦୧/୧୧: ଅନେକ ବଡ ବଲିଉଡ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ରମ୍ଭାଙ୍କର କାର ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ ରମ୍ଭାଙ୍କର କାର ଭାଙ୍ଗିଯାଇଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅଭିନେତ୍ରୀ । ତେବେ ତାଙ୍କ ଝିଅକୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଚିକିତ୍ସା ପାଇଁ । କାର୍‌ରେ ଅଭିନେତ୍ରୀଙ୍କ ପିଲା ସହ ଅନେକ ସଦସ୍ୟ ଯାଉଥିଲେ ।

ଅଭିନେତ୍ରୀ ରମ୍ଭା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ସେୟାର କରିଛନ୍ତି । ତାଙ୍କ କାର୍ ଦୁର୍ଘଟଣାର ଆଶ୍ଚର୍ଯ୍ୟଜନକ ଖବର ସେୟାର କରିଛନ୍ତି । ସେ କାର୍‌ର ଚିତ୍ର ମଧ୍ୟ ସେୟାର କରିଛନ୍ତି । କାରର ଫଟୋ ସେୟାର କରିବା ସହିତ ରମ୍ଭା ହସ୍ପିଟାଲ ରୁମରୁ ତାଙ୍କ ଝିଅର ଫଟୋ ମଧ୍ୟ ସେୟାର କରିଛନ୍ତି । ରମ୍ଭାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କ ଅବସ୍ଥା ବିଷୟରେ ପଚାରିଛନ୍ତି ।

ଏହାସହ ତାଙ୍କ ଝିଅର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଏଥି ସହିତ, ଅନେକ ଲୋକ ମଧ୍ୟ ଏହି କଷ୍ଟ ସମୟରେ ରମ୍ଭାଙ୍କୁ ଷ୍ଟ୍ରଙ୍ଗ ହେବାକୁ ପରାମର୍ଶ ଦେଉଛନ୍ତି । ସୋସିଆଲ ମିଡିଆରେ ରମ୍ଭାଙ୍କ ପୋଷ୍ଟ ସେୟା ପରେ ଫ୍ୟାନ୍ସ ମାନଙ୍କୁ ଖୁବ ବିଚଳିତ କରିଛି । ସୂଚନା ଥାଉକି, ଅନେକ ବଲିଉଡ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ରମ୍ଭା । କେବଳ ବଲିଉଡ ଦକ୍ଷିଣ ଫିଲ୍ମରେ ବି ଥିଲା ତାଙ୍କର ଦବଦବା ।

   Related Posts