ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକର ଫଟାମୁଣ୍ଡା ଠାରେ ପାଳିତ ହୋଇଛି ମା’ତାରିଣୀଙ୍କ ଚଇତି ପର୍ବ
16/04/2018 at 9:39 PM

ପବିତ୍ର ଚଇତ ମାସରେ କରାଯାଇଥାଏ ମାଁ ମଙ୍ଗଳାଙ୍କୁ ପୂଜା। ସମଗ୍ର ଓଡିଶାରେ ଚଇତ ପର୍ବ ପାଳନ ସରିଯାଇଛି। ତେବେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକର ଫଟାମୁଣ୍ଡା ଠାରେ ମଧ୍ୟ କରାଯାଇଥାଏ ମାଁଙ୍କ ଚଇତ ପର୍ବ। ମାଁ ତାରିଣିଙ୍କୁ ଏଠାରେ କରାଯାଇଥାଏ ପୂଜା। ଚଇତ ମାସରେ ଗ୍ରାମ ଗ୍ରାମ ବୁଲି ମାଁଙ୍କୁ ପୂଜା କରାଯିବା ସହ ଶେଷରେ ଏହା ଦୁଇ ଦିନ ଧରି ଆୟୋଜିତ ହୋଇଥାଏ ଚଇତ ଉତ୍ସବ। ଏହି ଦୁଇ ଦିନରେ କରାଯାଇଥାଏ ଭିନ୍ନ ଢଙ୍ଗରେ ପୂଜା ଓ ରିତିନିତି। ଜ୍ବଳନ୍ତି ଅଗ୍ନିରେ ଚାଲିବା, ଜିଭରେ କଣ୍ଟା ଫୋଡିବା, କଣ୍ଟା ଉପରେ ଶୋଇବା, କାଞ୍ଚ ଉପରେ ଚାଲିବା ସହ ସମାଧି ଖେଳ ଭଳି ଖେଳ ଏ ପର୍ବ ରା କରିଥାଏ ଭକ୍ତ। ବିଶ୍ବାସ ରହିଛି ମାନସିକ ଧାରି ତଥା ମାନସିକ ପୁରଣ ହେବା ପରେ ଏଭଳି ସବୁ ଖେଳ କରି କରିଥାଏ ମାଁଙ୍କ ଠାରେ ପୂଜା। ଯାହା କାହିଁ କେଉଁ କାଳ ରୂ ଚାଲିଆସିଛି ଏହି ଗ୍ରାମରେ। ମାଁଙ୍କ ପୂଜା ସହ ଆୟୋଜିତ ହୋଇଥାଏ ଦୁଇ ଦିନ ଧରି ନାମସଂର୍କିତନ ଓ ବିଭିନ୍ନ କାର୍ଯ୍ୟକ୍ରମ। ଦୁଇଦିନ ଧରି ଏ ପର୍ବକୁ ଆସିଥାନ୍ତି ହଜାର ହଜାର ଭକ୍ତ ମାଁଙ୍କ ପୂଜା ର୍ଚ୍ଚନା ସହ ମାଁଙ୍କ ଠାରେ ମାନସିକ କରିବା ପାଇଁ। ବଲାଙ୍ଗୀର ଜିଲ୍ଲା ସହ ଆଖ ପାଖ ଜିଲ୍ଲାରୁ ମଧ୍ୟ ଭକ୍ତଆସିଥାନ୍ତି ମାଁଙ୍କ ଠାରେ ମାନସିକ ଖରିବା ପାଇଁ ଓ ଏ ଯାତ୍ରା ଦେଖିବା ପାଇଁ ।