ବଲାଙ୍ଗୀର ଛାତ୍ର କଂଗ୍ରେସ ସଭାପତି ସନ୍ଦେହ ଜନକ ମୃତ ଘଟଣା
11/05/2018 at 10:34 PM

ଆର ପାରିରେ ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଶାନ୍ତ ମିଶ୍ର। ଗତ କାଲି ସଂଦେହ ଜନକ ମୃତ ଶବ ଉଦ୍ଦାର କରାଯିବା ପରେ ସ୍ତବଦ୍ଧ ହୋଇପଡିଛି ସମଗ୍ର ବଲାଙ୍ଗୀର ସହର। ଏହା ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି। ସେପଟେ ଶୁଶାନ୍ତଙ୍କ ଶବ କୁ ବ୍ୟବଚ୍ଛେଦ ପରେ କରାଯାଇଥିଲା ପରିବାର ଲୋକଙ୍କୁ ହସ୍ତାନ୍ତର। ତାଙ୍କ ବାସ ଭବନକୁ ନିଆଯିବା ପରେ ବଲାଙ୍ଗୀର ବିଧାୟକ ତଥା ବିରୋଧି ଦଳ ନେତା ନରସିଂଯହ ମିଶ୍ର ଓ ପୁର୍ବତନ ସାଂସଦ ପ୍ରଦୀପ ମାଝି ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ଲୋକଙ୍କୁ ଜଣାଇଥିଲେ ସହାନୁଭୂତି। ତା ସହ ଜିଲ୍ଳା କଂଗ୍ରେସ ନେତା ଓ କର୍ମି କରିଥିଲେ ଶୁଶାନ୍ତ ଙ୍କୁ ଶେଷ ଦର୍ଶନ। ପରେ ହାଟପଦା ପଡା ଠାରେ ଥିବା ସ୍ମଶାନରେ କରାଯାଇଥିଲା ତାଙ୍କ ଦାହ ସଂସ୍କାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା , କଣ ରହିଛି ଘଟଣା ପଛର ରହସ୍ୟ ? ଜଣେ ଛାତ୍ର ନେତାଙ୍କ ଏଭଳି ଆକସ୍ମିକ ମୃତ୍ୟୁ ପଛର କାରଣ କଣ ହୋଇଥାଇ ପାରେ ? ଏହା ବ୍ୟକ୍ତିଗତ ନାଁ ଅନ୍ୟ କୌଣସି କାରଣ ରୁ ହୋଇଥାଇ ପାରେ ସେ ନେଇ ପୋଲିସ ତଦନ୍ତ କରୁଛି। ସେପଟେ କିନ୍ତୁ ପାରିପାସ୍ପିକ ସ୍ତିତି କୁ ଦେଖିବା ସହ ଶୁଶାନ୍ତ ଙ୍କ ଶରିରେ କିଛି ଟା ରକ୍ତ ଜମାଟ ସହ କିଛି ଚିହ୍ନ ରହିଥିବାରୁ ଏହାକୁ ଆଧାର କରି ପରିବାର ପକ୍ଷରୁ ତଥା ଜିଲ୍ଲା କଂଗ୍ରେସ ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଦାବି କରି ଏହାର ସଠିକ ତଦନ୍ତ ର କରିଛି ଦାବି। ତେବେ ଏନେଇ ଆମ ବଲାଙ୍ଗୀର ପ୍ରତିନିଧି ଶୁଶାନ୍ତ ଙ୍କ ଝୁଲନ୍ତି ଶବ ମିଳିଥିବା ବିରମୂଣ୍ଡା ଫାର୍ମହାଉସ ର ଘରକୁ ଯାଇ ସେଠାରେ ଗ୍ରାଉଣ୍ଡ ଜିରୋସ୍ତିତି ପରଖିଛନ୍ତି ।