ବଲାଙ୍ଗୀର ଗସ୍ତରେ ମହାମହିମ ରାଜ୍ୟପାଳ, ସର୍କିଟ ହାଉସରେ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା, ଉଡାନ ମିଟ୍ର କଲେ ଉଦଘାଟନ
28/12/2022 at 6:12 PM

ବଲାଙ୍ଗୀର, ୨୮/୧୨: ମାନ୍ୟବର ରାଜ୍ୟପାଳ ପ୍ରଫେସର ବୁଧବାର ବଲାଙ୍ଗୀର ଗସ୍ତ କରିଛନ୍ତି। ଏହି ଅବସରରେ ମହାମହିମ ରାଜ୍ୟପାଳ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟପାଳ ସକାଳ ୧୧ ଟା ୪୦ ମିନିଟରେ ବଲାଙ୍ଗୀର ସର୍କିଟ ହାଉସ ପହଞ୍ଚି ସେଠାରେ ଜିଲ୍ଲାପାଳ ଓ ପ୍ରାଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ I ସେଠାରୁ ବଲାଙ୍ଗୀର ରୋଟାରୀ ଇଲାଇଟ କ୍ଲବ ପକ୍ଷରୁ ଟାଉନ ବାଳକ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ଉଡାନ୍-2022ରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I
ଝିଅ ମାନଙ୍କ ଶିକ୍ଷା ଓ ସମାଜରେ ସେମାନଙ୍କୁ ଶିକ୍ଷିତ କରିବା ନେଇ ଆଧାରିତ ଉଡାନ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଖୁସି ପ୍ରକାଶ କରିବା ସହ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ମହାମହିମ ରାଜ୍ୟପାଳ I ସେବା ହିଁ ପରମ ଧର୍ମ, ବିନା ସ୍ୱାର୍ଥରେ ଯିଏ ସେବା ପ୍ରଦାନ କରୁଛି ତାଙ୍କ ସହ କିଏ ସମାନ ହୋଇପାରିବ ନାହିଁ I ରୋଟାରୀ କ୍ଲବ ଇଲାଇଟ ପକ୍ଷରୁ ହାତକୁ ନିଆଯାଇଥିବା ଉଡାନ କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ I
ସେହିପରି କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଜିଲ୍ଲପାଳ ଚଞ୍ଚଳ ରାଣା, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ମଧୁସୂଦନ ପତି, ରୋଟାରୀ କ୍ଲବ ଇଲାଇଟର ସଭାପତି ରିଙ୍କୁ ପାତ୍ର ଓ ସମ୍ପାଦକ ମମତା ପରମାର ମଞ୍ଚାସୀନ ହୋଇଥିଲେ I ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ରୋଟାରୀ ପରିବାରର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ I ରାଜ୍ୟପାଳଙ୍କ ଗସ୍ତ ନେଇ ବଲାଙ୍ଗୀର ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା I ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା I ବଲାଙ୍ଗୀର କାର୍ଯ୍ୟକ୍ରମ ସାରି ସୋନପୁର ଜିଲ୍ଲା ଗସ୍ତ କରିଛନ୍ତି I ସେଠାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।