ବଲାଙ୍ଗୀରରେ ସକ୍ରିୟ ଜମି ଦଲାଲ
8/05/2018 at 8:57 PM

ବଲାଙ୍ଗୀର ତୁଷୁରା ସାଲେପାଲି ଏବଂ କୁକୁରଖାଇ ଅଞ୍ଚଳରେ ସକ୍ରିୟ ଜମି ମାଫିଆ । ସୋଲାର ପ୍ଲାଣ୍ଟ ନାଁରେ ଚାଲିଛି ସବୁ କଳା କାରନାମା । କେଉଁ କମ୍ପାନୀ ? କେଉଁଠି ତାର ହେଡ ଅଫିସ ? କିଏ ତାର ମାଲିକ ? କାହିଁକି ଶହ ଶହ ଏକର ଜମି କିଣୁଛି କମ୍ପାନୀ ? ସେ ନେଇ କାହା ପାଖରେ କିଛି ଉତ୍ତର ନାହିଁ। ନିଜ ବାପା ଅଜା ଅମଳର ମୂଲ୍ୟବାନ ଜମି ସବୁକୁ ମାଫିଆକୁ ହାତକୁ ଟେକି ଦେଉଛନ୍ତି ଗରିବ ଆଉ ଚାଷୀ । ଗାଁରେ ସୋଲାର ପ୍ଳାଣ୍ଟ ହେବ ? ଗାଁ ଲୋକ ମାଗଣାରେ ବିଜୁଳି ଆଲୁଆ ପାଇବେ ? ଜମି ବିକିଥିବା ପରିବାରର ଜଣଙ୍କୁ କମ୍ପାନୀରେ ଚାକିରି ମିଳିବ ? ସରଳ, ନିରୀହ ଲୋକଙ୍କୁ ଏମିତି କିଛି ସ୍ବପ୍ନ ଦେଖାଇ ଜମି ମାଫିଆ ତାଙ୍କ କାରବାରାରେ ବ୍ୟସ୍ତ ।