ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା: କମିବ ତାପମାତ୍ରା
  • ||
  • ରାହୁଲ ଅଯୋଗ୍ୟ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା; କହିଲେ, ଭୀରୁଙ୍କ ପାଖରେ ମଥାନତ କରିବା ଆମ ରକ୍ତରେ ନାହିଁ
  • ||
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||

ବଲାଙ୍ଗୀରରେ ପ୍ରତିଷ୍ଠା ହେବାକୁ ଯାଉଛି ଓଡିଶାର ଦ୍ବିତୀୟ ଏଲପିଜି ବଟଲିଂ ପ୍ଲାଣ୍ଟ

21/05/2018 at 5:08 AM

ଭାରତୀୟ ତୈଳ ନିଗମ ବା ବିପିସିଏଲ ପକ୍ଷରୁ ବଲାଙ୍ଗୀରରେ ପ୍ରତିଷ୍ଠା ହେବାକୁ ଯାଉଛି ଓଡିଶାର ଦ୍ବିତୀୟ ଏଲପିଜି ବଟଲିଂ ପ୍ଲାଣ୍ଟ। ଆଜି ଏହି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାମାଜିକ ନ୍ୟାୟ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ଏହି ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ୧୦୩ କୋଟି ଟଙ୍କାରେ ବ୍ୟୟରେ ହେଉଥିବା ବଟଲିଂ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ୨୦୨୦ ମସିହା ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ବଲାଙ୍ଗୀର ଷ୍ଟେସନରୁ ୧୨ କିଲୋମିଟର ଦୂରରେ ଥିବା ବରକାନି ଗାଁରେ ୨୩ ଏକର ଅଞ୍ଚଳରେ ଏହି ପ୍ଲାଣ୍ଟ ନିର୍ମାଣ ହେବ । ବାର୍ଷିକ ୪୨ଲକ୍ଷ ସିଲିଣ୍ଡର ଏଠାରେ ଉତ୍ପାଦନ କରାଯିବ। ବଲାଙ୍ଗୀର ଜିଲ୍ଲା ସହ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡା, ସୁନ୍ଦରଗଡ, ନୂଆପଡ଼ା ଜିଲ୍ଲାର ଉପଭୋକ୍ତାଙ୍କୁ ଏଲ୍ ପିଜି ସିଲିଣ୍ଡର ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ରାଜ୍ୟର ଖୋର୍ଦ୍ଧାରେ ବିପିସିଏଲ୍ ର ଗୋଟିଏ ବଟଲିଂ ପ୍ଲାଣ୍ଟ ଥିବା ବେଳେ ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଟଣୀରେ ଅନ୍ୟ ତେଲ କଂପାନିର ଏଲ୍ ପିଜି ବଟଲିଂ ପ୍ଲାଣ୍ଟ ରହିଛି। ।ସେପଟେ ପ୍ଲାଣ୍ଟ ନିର୍ମାଣକୁ ନେଇ ଦେଖାଦେଇଛି ବିରୋଧ । ପ୍ଲାଣ୍ଟ ହେଲେ ବରକାନିରେ ପାନୀୟଜଳ ସମସ୍ୟା ,ପ୍ରଦୁଷଣ ସମସ୍ୟା ସୃଷ୍ଟି ଆଶଙ୍କାରେ ବିରୋଧ କରୁଛନ୍ତି ଅଞ୍ଚଳବାସୀ ।

Leave a Reply

   Related Posts