ବଲାଂଗୀରରେ ବାଣ ବେପାରୀଙ୍କ ଠାରୁ ପୁଞିଲାଲର ଲିଙ୍କ୍ ଖୋଜୁଛି କ୍ରାଇମବ୍ରାଞ୍ଚ
3/05/2018 at 10:01 PM

ପର୍ଯ୍ୟାୟ ରିମାଣ୍ଡ ମିଳିବା ପରେ ଏବେ ପୁରା ଏକସନ ମୋଡରେ କ୍ରାଇମବ୍ରାଞ୍ଚ ପାଟଣାଗଡ ଗିଫ୍ଟ ବୋମା ଘଟଣାର ମାଷ୍ଟରମାଇଣ୍ଡ ପୁଞିଲାଲର ଲିଂକ ଖୋଜୁଛି ଟିମ୍। ଗୋଟିଏ ଟିମ ପୁଞିଲାଲକୁ ପାଟଣାଗଡର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା କରୁଥିବା ବେଳେ ଆଉ ଗୋଟିଏ ଟିମ ବଲାଂଗୀରର ବିଭିନ୍ନ ବାଣ ବ୍ୟବସାୟୀଙ୍କୁ ପଚରାଉଚୁରା କରୁଛି। ଦିପାବଳୀ ଦିନ ବଲାଂଗୀରରୁ ବାଣ କିଣିଥିବା ନେଇ ପୁଞିଲାଲ ଦେଇଥିବା ବୟାନ ଆଧାରରେ ବଲାଂଗୀର ହାଟପଦାପଡାରେ ଥିବା ବିଭିନ୍ନ ବାଣ ବ୍ୟବସାୟୀଙ୍କୁ ଫୋଟେ ଦେଖାଇ ପୁଞିଲାଲ ସେମାନଙ୍କଠାରୁ ବାଣ କିଣିଛି କି ନାହିଁ ସେନେଇ ପଚରାଉଚୁରା କରୁଛି କ୍ରାଇମବ୍ରାଂଚ। ତେବେ ଆସନ୍ତୁ ଦେଖିବା କିପରି ଚାଲିଛି ବାଣ ବେପାରୀଙ୍କୁ ପଚରାଉଚୁରା ? ପୁଞିଲାଲ ବାବଦରେ ବାଣ ବେପାରୀଙ୍କଠାରୁ କଣ ଲିଙ୍କ ପାଇଛି କ୍ରାଇମବ୍ରାଂଚ। ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ବଲାଂଗୀର ପ୍ରତିନିଧି ଚିନ୍ମୟ ମିଶ୍ର।