scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବର୍ଷା ଆସିଲେ କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ଭୟ

8/08/2018 at 5:37 PM

ବର୍ଷା ଆସିଲେ କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ଭୟ । ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇ ଅଞ୍ଚଳ ଜଳମଗ୍ନ ହେବା ସହ ରାସ୍ତା ଉପରେ ପାଣି ମାଡିଯାଏ । କିନ୍ତୁ ବର୍ଷା ଦିନ ପୂର୍ବରୁ ଆରମ୍ଭ ହୋଇଥିବା ରାସ୍ତା କାମ ଆଜି ଯାଏଁ ସରିନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ଭୟ । କେଦ୍ରାପଡା ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ଦେଖାଯାଇଛି । ରାଜକନିକା ବ୍ଲକର ଅଚ୍ୟୁତପୁର ଓ ଗଞ୍ଜାବନ୍ଧ ପଞ୍ଚାୟତ ଜଲମଗ୍ନ ହୋଇଯାଏ । ଏପରିକି ରାସ୍ତା ଉପରେ ପାଣି ମାଡିଯିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଏ । କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଉପରେ ଆଳି, ରାଜକନିକା ଓ ଚାନ୍ଦବାଲି ଲୋକେ ନିର୍ଭର କରିଥାନ୍ତି । ତେଣୁ ବନ୍ୟାରୁ ସୁକ୍ଷା ପାଇଁ ଅଚ୍ୟୁତପୁରଠାରୁ ଗଞ୍ଜାବନ୍ଧ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା । କିନ୍ତୁ ୱାର୍ଲ ବ୍ୟାଙ୍କ ସହାୟତାରେ ଚାଲିଥିବା ଏହି ରାସ୍ତାକୁ ଉଚ୍ଚା ନକରି ଠିକାଦାର ପୂର୍ବଭଳି କରିଥିଲେ । ଏହି ରାସ୍ତାକୁ ତଳୁ ୩ ମିଟର ଉଚ୍ଚା କରିବା ଦାବିରେ ସେଥାନୀୟ ଲୋକେ ବିରୋଧ କରିବା ସହ ରାସ୍ତାକାମକୁ ବନ୍ଦ କରିଥିଲେ । ଏ ନେଇ ଜିଲ୍ଲପାଳଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଫଳ ଶୂନ ।

   Related Posts