ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବରିଗୁମା ବାଘଭଦ୍ରା ଗାଁର ନାବାଳିକା ନିଖୋଜ ଘଟଣାକୁ ଆଠମାସ ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି;ନ୍ୟାୟ ମାଗୁଛି ପରିବାର

18/05/2018 at 5:41 AM

ବରିଗୁମା ଜିପି ବିସିଂହପୁର ଥାନା ବାଘଭଦ୍ରା ଗାଁର ନାବାଳିକା ନିଖୋଜ ଘଟଣାକୁ ଆଠମାସ ବିତିଲାଣି । ହେଲେ ଆଜି ବି ପୋଲିସ ହାତ ଖାଲି । ଅପରାଧୀମାନେ ବେଲରେ ଆସି ବାହାରେ ଖୁଲମଖୁଲା ବୁଲୁଛନ୍ତି । ହେଲେ ପୋଲିସ ସବୁ ଜାଣି ନିରବଦ୍ରଷ୍ଠା ସାଜିଛି । ନ୍ୟାୟ ପାଇଁ ଥାନା ଠାରୁ ଏସପି, ଜିଲ୍ଲାପାଳ, ଜାତୀୟ ଏବଂ ରାଜ୍ୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଲା ପରେ କୌଣସି ସୁଫଳ ମିଳିନାନି । ବାଧ୍ୟ ହୋଇ କୈଳାସ ତ୍ରିପାଠୀଙ୍କ ସପରିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି । ବରିଗୁମା ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଘଭଦ୍ରା ଗାଁର କୈଳାସ ତ୍ରିପାଠୀଙ୍କ ପରିବାର ଧାରଣାରେ ବସିଥିଲେ । ୨୦୧୭ ଅକ୍ଟୋବରରେ ବିସିଂହପୁର ଥାନାରେ ଅପହରଣ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୋଲିସ ଏଯାଏଁ କାହିଁକି ଅପରାଧୀଙ୍କୁ ଗିରଫ କରିନାହିଁ ବୋଲି ଅଭିଯୋଗ କରିଛନ୍ତି କୈଳାସ । ଏପରିକି ଝିଅ ସନ୍ଧାନ ନମିଳିଲେ ସପରିବାର ଆତ୍ମାହୁତି ଦେବା ପାଇଁ କୈଳାସ ଚେତାବନୀ ଦେଇଥିଲେ । ଘଟଣା ସମ୍ପର୍କରେ ବିସିଂହପୁର ଥାନା ଅଧିକାରୀଙ୍କୁ ବରିଗୁମ୍ମା ବ୍ରାହ୍ଣଣ ସମାଜ ଭେଟିଥିଲା । ସେପଟେ ବରିଗୁମ୍ମା ଗସ୍ତରେ ଆସିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆସି ମଧ୍ୟ ଧାରଣାସ୍ଥଳରେ ପହଂଚି ପରିବାରକୁ ଆଶ୍ୱାସନା ଦେଇଥିଲେ । ଜିଲ୍ଲା ଅତିରିକ୍ତ ଏସପି ଧାରଣା ସ୍ଥଳରେ ପହଞ୍ଚି କୈଳାସଙ୍କୁ ବୁଝାସୁଝା କରିବା ସହ ମାସେ ଅପରାଧୀଙ୍କୁ ଗିରଫ କରିବା ପ୍ରତିଶୃତି ଦେଲା ପରେ କୈଳାସଙ୍କ ପରିବାର ଧାରଣାରୁ ଉଠିଥିଲେ । ତେବେ ଏସ୍ପିଙ୍କୁ ପୁଣି ଏକ ଲିଖିତ ପତ୍ର ଦେଇଛନ୍ତି କୈଳାସ । ଏବେ ଦେଖିବା କଥା ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ କେବେ କୈଳାସଙ୍କ ପରିବାରରକୁ ନ୍ୟାୟ ମିଳୁଛି ।

Leave a Reply

   Related Posts