ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ ନିକଟରେ ମର୍ମନ୍ତୁତ ଦୁର୍ଘଟଣା
16/04/2018 at 10:12 PM

ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ ନିକଟରେ ଏକ ମର୍ମନ୍ତୁତ ଦୁର୍ଘଟଣା। ଫାୟାରଷ୍ଟେସନ ପଟୁ ଅାସୁଥିବା ଏକ ମାଲବଝେଇ ଟ୍ରକ ହାଠାତ ବରମୁଣ୍ଡା ଫ୍ଲାଓଭର ନିକଟରେ ଅଟୋ ଷ୍ଟାଣ୍ଡ ଉପରକୁ ମାଡି ଯାଇଥିଲା। ଅାଖି ପିଛୁଳାକେ ଟ୍ରକଟି ବ୍ରେକ ଫେଲ ହୋଇ ହାଠାତ ଷ୍ଟାଣ୍ଡରେ ଥିବା ୪ ଟି ଅଟୋ ଉପରକୁ ମାଡିଯାଇଥିଲା। ଏହି ଦୁର୍ଘଟଣାରେ ୭ ଜଣରୁ ଅଧିକ ଅାହାତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଟ୍ରକ ଡ୍ରାଇଭର ଏବଂ ହେଲପର ଦୁର୍ଘଟଣା ପରେ ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳରେ ଖଣ୍ଡଗିରି ଥାନ ପୋଲିସ ପହଞ୍ଚି ବୁଛାସୁଛା କରିଛି।