ବମିଖାଲ ଓଭର ବ୍ରିଜ୍ ନିର୍ମାଣରୁ ପଣ୍ଡା ଇନ୍ ଫ୍ରାକୁ କରାଗଲା ଅନ୍ତର !!
7/05/2018 at 10:50 AM

ଭୁବନେଶ୍ବର ବମିଖାଲ ଓଭର ବ୍ରିଜ୍ ନିର୍ମାଣ କରିବନି ପଣ୍ଡା ଇନ୍ ଫ୍ରା । ଓଭର ବ୍ରିଜ୍ ନିର୍ମାଣ କାମରୁ ଠିକା ସଂସ୍ଥା ପଣ୍ଡା ଇନ୍ ଫ୍ରାକୁ ବାଦ୍ ଦିଆଯାଇଛି । ଆଜି ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ସଚିବ ନଳିନୀ କାନ୍ତ ପ୍ରଧାନ । ଆଉ ମାତ୍ର ୪-୫କୋଟି ଟଙ୍କାର କାମ ରହିଛି । ୩ ଜଣ ମୁଖ୍ୟ ଯନ୍ତ୍ରୀଙ୍କ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବମିଖାଲ ଓଭର ବ୍ରିଜ ନିର୍ମାଣ କାମ ସରକାର କରିବେ କିମ୍ବା କୌଣସି ସଂସ୍ଥା କରିବ ସେ ନେଇ ନିଷ୍ପତ୍ତି ନିଆଯିବ । ଓଭର ବ୍ରିଜ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଉଦଘାଟନ କରାଯିବ ବୋଲି ପୂର୍ତ୍ତ ବିଭାଗ ସଚିବ ସୂଚନା ଦେଇଛନ୍ତି । ଗତ ଗୁରୁବାର ରାତିରେ ସେଣ୍ଟ୍ରିଂ ଖସି ପଡିବାରୁ ଲୁହା ସ୍ଲାବ୍ ତଳେ ଦୁଇ ଜଣ ଶ୍ରମିକ ଚାପି ହୋଇ ଯାଇଥିଲେ । ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପାଇଁ ପଣ୍ଡା ଇନ୍ ଫ୍ରା ମାଲିକ ଗିରଫ ହୋଇଛନ୍ତି । ଗତ ସେପ୍ଟେମ୍ବର ମାସରେ ମଧ୍ୟ ଏଠି ଦୁର୍ଘଟଣା ଘଟି ଜଣଙ୍କର ଜୀବନ ଯାଇଥିଲା ।