ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବଦଳିଗଲା କିଆରା-ସିଦ୍ଧାର୍ଥଙ୍କ ବିବାହ ତାରିଖ, ୬ ନୁହେଁ ଏହି ଦିନ ପଡିବ ହାତଗଣ୍ଠି

6/02/2023 at 9:06 AM

ମୁମ୍ଵାଇ ୦୬।୦୨: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ। ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଏକ ବଡ ଖବର ଆସିଛି।୬ ଫେବୃଆରୀରେ ବିବାହ ତାରିଖ କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ଏକ 6 ରେ ନୁହେଁ ବରଂ ୭ ଫେବୃଆରୀରେ ହେବ। ବିବାହର ସେହି ଦିନ ଦମ୍ପତିଙ୍କ ଦ୍ଵାରା ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ମଧ୍ୟ ଆୟୋଜିତ ହେବ ଯେଉଁଥିରେ ସେଲିବ୍ରିଟିମାନେ ମଧ୍ୟ ନଜର ଆସିବେ ବୋଲି ଆଶା କରାଯାଉଛି ।

କହିବାକୁ ଗଲେ ସୋସିଆଲ ମିଡିଆରେ ଆସୁଥିବା ଫଟୋ ଗୁଡ଼ିକରେ ମନୀଷ ମଲହୋତ୍ରା, କିଆରା ଆଡଭାନୀ, ସାହିଦ କପୁର ଏବଂ ମୀରା ରାଜପୁତଙ୍କ ସମେତ ଅନେକ ସେଲିବ୍ରିଟି ବିବାହ ସ୍ଥାନରେ ପହଞ୍ଚିଛନ୍ତି। ଆଜି ସିଦ୍ଧାର୍ଥ  ଏବଂ କିଆରାଙ୍କ ମେହେନ୍ଦୀ ହେବାକୁ ଯାଉଛି। ପରସ୍ପରର ନାମର ମେହେନ୍ଦୀ ଉଭୟ ଲଭବାର୍ଡଙ୍କ ହାତରେ ଲାଗିବ।

ଖବର ଅନୁଯାୟୀ ଆଜି ମଧ୍ୟ ହଳଦୀ ସମାରୋହ ଅନୁଷ୍ଠିତ ହେବ। ତେବେ ଦେଖିବାକୁ ବାକି ରହିଲା ଦମ୍ପତି ସୋସିଆଲ ମିଡିଆରେ ଫଙ୍କସନର ଫଟୋ ଏକାଠି ପୋଷ୍ଟ କରିବେ ନା ବିବାହ ପରେ ଏହି ଫଟୋ ଗୁଡ଼ିକ ପୋଷ୍ଟ ହେବ? ଏହାପୂର୍ବରୁ କ୍ୟାଟ୍ରିନା ଏବଂ ଆଥିଆ ଶେଟ୍ଟୀ ବିବାହ ପରେ ହିଁ ସେମାନଙ୍କ ଫଟୋ ସେୟାର କରିଥିଲେ

   Related Posts