suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଡଗଡ ଗୁଳିକାଣ୍ଡ ଘଟଣାର ୨୪ ଘଣ୍ଟା ବିତିଲା ପରେ ମଧ୍ୟ ପୋଲିସର ହାତ ଖାଲି

5/05/2018 at 9:27 PM

ବଡଗଡ ଗୁଳିକାଣ୍ଡ ଘଟଣାର ୨୪ ଘଣ୍ଟା ବିତିଲା। ତଥାପି ଅଭିଯୁକ୍ତଙ୍କୁ ପୁଲିସ ଧରି ପାରିନାହିଁ। କେମିତି କାହିଁକି ଗୁଳିକାଣ୍ଡ ଘଟାଇ ଯୁବକଙ୍କୁ ହତ୍ୟା କରିଲେ ସେ ନେଇ ପୁଲିସ ତଦନ୍ତ ଚଳାଇଛି। କେବଳ ସେତିକି ନୁହେଁ। ଏଥିପାଇଁ ଆସିକା ଏସ୍.ଡି.ପି.ଓଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଟିମ୍‌କୁ ସହଯୋଗ କରିବେ ଆସିକା, ବଡଗଡ, ସୋରଡା ଏବଂ ପାଟପୁର ୪ ଥାନା ଅଧିକାରୀ। ସୋରଡା, ବଡଗଡ, ଆସିକା ପ୍ରମୁଖ ଅଞ୍ଚଳରେ ପୁଲିସ ଖାନ୍ ତଲାସି ଆରମ୍ଭ କରିଛି। ହତ୍ୟାକାଣ୍ଡର ଖିଅ ଖୋଜୁଛି ପୁଲିସ। ମୃତକ ସନିଆ ଜଣେ ବ୍ୟବସାୟୀ। ବି.ଜେ.ଡିର ଜଣେ ଦୃଢ ସମର୍ଥକ ମଧ୍ୟ ଥିଲେ। ରାଜନୈତିକ ଶତ୍ରୁତା ଥିଲା ନା ପୂର୍ବ ଶତ୍ରୁତା ଥିଲା ସେ ନେଇ ପୁଲିସ ଦୁଇ ଦିଗ ଉପରେ ପୁରାପୁରି ଅନୁଧ୍ୟାନ କରି ତଦନ୍ତ କରୁଛି। ଗାଙ୍ଗପୁର ଅଞ୍ଚଳର ଏବଂ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀଙ୍କ ସହଯୋଗୀ ହତ୍ୟା କରିଥିବା ନେଇ ପରିବାରବର୍ଗ ଅଭିଯୋଗ କରିବା ପରେ ପୁଲିସ ଏ ଦିଗ ଉପରେ ଅଧିକ ଧ୍ୟାନ ଦେଇ ତଦନ୍ତ କରୁଥିବା କହିଛନ୍ତି। ଲମ୍ବୁ ତାରିଣୀ ପୁଲିସ ହାତରେ ଧରାପଡି ଏବେ ଭଞ୍ଜନଗର ଜେଲରେ ଥିବା ବେଳେ କିଏ କିଏ ଲମ୍ବୁ ତାରିଣୀଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ ସେ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡିଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଗଞ୍ଜାମ ଏସ୍.ପି ବ୍ରିଜେଶ୍ ରାୟ କହିଛନ୍ତି। ଗତକାଲି ବଡଗଡ ବିଚ୍ ରାସ୍ତା ଉପରେ ସନିଆକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଥମେ ଗୁଳି, ପରେ ମାରଣାସ୍ତ୍ରରେ ଆକ୍ରମଣ ଏବଂ ତତ୍ ପରେ ବୋମା ମାଡ କରି ହତ୍ୟା କରାଯାଇଥିବା କୁହାଯାଉଛି। ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ବିଭତ୍ସ ଭାବେ ହତ୍ୟାକାଣ୍ଡ ଘଟାଇ ଅପରାଧୀ ଗୋଷ୍ଠୀ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ୍ ଦେଇଛନ୍ତି। ଭାଇର ବାହାଘର ଭୋଜି ପାଇଁ ଜିନିଷ ଆଣିବା ପାଇଁ ବଡଗଡ ଯାଇଥିବା ବେଳେ ଚାରିଜଣ ଦୁର୍ବୁତ୍ତ ଦୁଇଟି ମୋଟର ସାଇକେଲରେ ଆସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Leave a Reply

   Related Posts