Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍‌, ଏପ୍ରିଲ୍‌ ୬ ଯାଏଁ ଚାଲିବ ଅଧିବେଶନ

2/02/2023 at 1:12 PM

ଭୁବନେଶ୍ୱର ୦୨।୦୨ : ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ । ଯାହା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏହାରି ମଧ୍ୟରେ ଫେବ୍ରୁଆରୀ ୨୪ରେ ଆଗତ ହେବ ରାଜ୍ୟ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ  ଉପସ୍ଥାପନ କରିବେ ।

ଖବର ଅନୁଯାୟୀ, ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଯାହା ମାର୍ଚ୍ଚ ୧  ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ଏହା ପରେ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ଯାଏଁ ଚାଲିବ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ଏହାରି ମଧ୍ୟରେ ଫେବୃଆରୀ ୨୪ରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ୍‌ । ଆଗାମୀ ବର୍ଷ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ହୋଇପାରେ ବୋଲି ଅନୁମାନ କରାଯାଉଛି ।

   Related Posts