suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରୋଟେମ ବାଚସ୍ପତି ନିଯୁକ୍ତ: ଅସନ୍ତୁଷ୍ଟ କଂଗ୍ରେସ

18/05/2018 at 11:13 AM

ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ କେଜି ବୋପାୟାଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ପ୍ରୋଟେମ ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି । ବୋପାୟା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା । ସେ ଏଥି ପୂର୍ବରୁ ତିନିଥର ବିଧାୟକ ହୋଇସାରିଛନ୍ତି । ତେବେ ବୋପାୟାଙ୍କ ନିଯୁକ୍ତିକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି । ପରମ୍ପରା ଅନୁସାରେ ବିଧାନସଭାର ଜଣେ ବୟୋଜ୍ୟେଷ୍ଠ ବିଧାୟକଙ୍କୁ ପ୍ରୋଟେମ ବାଚସ୍ପତି ଭାବେ ନିଯୁକ୍ତ କରାଯାଇଥାଏ ବୋଲି କଂଗ୍ରେସ କହିଛି । ପ୍ରୋଟେମ ବାଚସ୍ପତି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବିଜେପି ପରମ୍ପରା ଭଙ୍ଗ କରିଛି ବୋଲି ଅଭିଯୋଗ କରି ଏନେଇ ସୁପ୍ରିମ କୋର୍ଟରେ ଫେରାଦ ହେବାପାଇଁ ଯୋଜନା କରୁଛି । ସୂଚନା ଯୋଗ୍ୟ ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ଆସନ୍ତା କାଲି କର୍ଣ୍ଣାଟକ ବିଧାନସଦନରେ ବି.ଏସ୍ ୟେଦୁରପ୍ପା ତାଙ୍କ ସପକ୍ଷରେ ସ୍ପଷ୍ଟ ବହୁମତ ସାବ୍ୟସ୍ତ କରିବେ । ସେଥିପାଇଁ ପ୍ରଥମେ ବିଧାୟକମାନଙ୍କ ଶପଥ ପାଠ କରାଇବା ସହ ଆସ୍ଥା ଭୋଟ ପରିଚାଳନା ପାଇଁ ପ୍ରୋଟେମ ବାଚସ୍ପତିଙ୍କ ଆବଶ୍ୟକତା ରହିଛି।

Leave a Reply

   Related Posts