scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରେମ ପାଇଁ ଗଲା ମେରାଇନ ଇଂଜିନିୟରଙ୍କ ଜୀବନ

28/06/2018 at 11:10 PM

ପ୍ରେମପାଇଁ ଗଲା ବୈଜୟନ୍ତଙ୍କ ଜୀବନ । ତ୍ରିକୋଣୀୟ ପ୍ରେମରେ ବଳି ପଡିଗଲେ ମେରାଇନ ଇଂଜିନିୟର ବୈଜୟନ୍ତ ମହାନ୍ତି ଓରଫ ବିଟୁ । ପ୍ରେମିକା ହାତରେ ଗଲା ଜୀବନ । ପ୍ରେମ ପାଇଁ ଜଣେ କିପରି ତଳକୁ ଖସିଯାଇପାରେ ତାହା ଦେଖିବାକୁ ମିଳିଛି ରାଜଧାନୀ ଲଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ। ଦ୍ବିତୀୟ ପ୍ରେମିକକୁ ପାଇବାକୁ ପ୍ରେମିକା ନିଜ ପ୍ରଥମ ପ୍ରେମିକର ତଣ୍ଟି ଚିପି ହତ୍ୟା କରିଛି । ଲକ୍ଷ୍ମୀସାଗର ଅଞ୍ଚଳର ଏକ ଘରୋଇ ସଂସ୍ଥା ଅଫିସ୍‌ ଭିତରୁ ଉଦ୍ଧାର କରାଯାଇଛି ମୃତ ଦେହ। ବୈଜୟନ୍ତଙ୍କ ପ୍ରେମିକା ସୁଶ୍ରୀ ଓ ତାଙ୍କ ଦ୍ବିତୀୟ ପ୍ରେମିକ କୁମର ଚନ୍ଦ୍ର ପତିଙ୍କୁ ଗିରଫ କରି ଘଟଣାର ଛାନଭିନ୍ କୁରଛି ଲକ୍ଷ୍ମୀସାଗର ପୋଲିସ । କେବଳ ଦୁଇଜଣ ଏହି ହତ୍ୟାକାଣ୍ଡ ଘଟାଇଥିବା କଥାକୁ ସହଜରେ କିନ୍ତୁ ଗ୍ରହଣ କରିପାରୁନାହାନ୍ତି ବୈଜୟନ୍ତଙ୍କ ବାପା ଓ ଭାଇ ।

   Related Posts