ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକା ମୃତ
23/04/2018 at 10:22 PM

ଜୟପୁର ନିକଟସ୍ଥ କେରାପୁଟରେ ଅଭାବନୀୟ ଘଟଣା। ପରିବାର ଲୋକଙ୍କ ପ୍ରତିବାଦ ଯୋଗୁଁ ଶେଷରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମୀ ଯୁଗଳ। ନାବାଳିକା ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ଗୁରୁତର ଅବସ୍ଥାରେ ଜୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପୋଲିସ ଡାକ୍ତରଖାନାରେ ପହଁଚି ତଦନ୍ତ ଚଳାଇଛି। ଉଭୟଙ୍କ ମଧ୍ୟରେ ୬ ମାସ ହେଲା ପ୍ରେମ ସଂପର୍କ ଥିବା ବେଳେ ଝିଅ ଘର ଲୋକେ ଏହାକୁ ବିରୋଧ କରୁଥିବାରୁ ଆତ୍ମହତ୍ୟା କରିବାକୁ ସେମାନେ ନିଷ୍ପତ୍ତି ନେଇଥିବା କହିଛି ପ୍ରେମିକ।
Related Posts
ଜେଲ୍ରୁ ମୁକୁଳିବେ ଅର୍ଚ୍ଚନା ନାଗ ! ଇଡି ମାମଲାରେ ମିଳିଲା ଜାମିନ
4 December 2023
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023