ପ୍ରସିଦ୍ଧ ଶିତଳଷଷ୍ଠୀ ଯାତ୍ରା ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା
16/06/2018 at 11:10 PM

ଅପେକ୍ଷା ରହିଲା ମାତ୍ର ଗୋଟିଏ ରାତିର। ସକାଳ ହେଲେ ଦେବ ଦେବ ମହାଦେବ ବର ବେଶରେ ହେବେ ସୁସଜ୍ଜିତ ଓ ଜିବେ ମାଁ ପାର୍ବତୀଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ। ଏଥିପାଇଁ ଏବେ ବଲାଙ୍ଗୀର ସହରର ସମସ୍ତ କମିଟି ସହ କନ୍ୟା ପିତା ମାତା ଭୂମିକା ବହନ କରୁଥିବା ପରିବାର ହୋଇପଡିଛନ୍ତି ତତ୍ପର। ସେପଟେ ଲୋକଙ୍କୁ ଆକୃଷ୍ଟ କଲାଭଳି ମେଢ ତିଆରି କରିବାରେ ବ୍ୟସ୍ତ କାରିଗର। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭିନ୍ନ ରୂପ ଓ ନିଆରା ମେଢ ତିଆରି କରିବ ରାଧାରାଣୀ ପଡା ଶିତଳଷଷ୍ଠି କମିଟି। ଯାହାକୁ ତିଆରି କରିଥାନ୍ତି ଜଗନ୍ନାଥ ପଡା ବାସି। ଭାରତୀୟ ସଂସ୍କୃତିକୁ ଆଧାର କରି ବର୍ଯ୍ୟବସ୍ତୁକୁ ନ ଫୋପାଡି ପ୍ରତି ବର୍ଷ ମେଢ ତିଆରି କରିଥିବା ବେଳେ ଚଳିତ ବର୍ଷ ଫୋମ ଓ ପ୍ଲାଷ୍ଟିକ ପାଇପରେ ତିଆରି କରାଯାଉଛି ମେଢ। ଆଉ ଏହି ମେଢ ହିଁ ରହିଥାଏ ଯାତ୍ରାରେ ବିଶେଷ ଆକର୍ଷଣ।