ପ୍ରମାଣ ଯୋଗଡ଼ରେ ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ ନେଲା ରାୟପୁର
5/05/2018 at 10:07 PM

ପୁଞ୍ଚିଲାଲକୁ କ୍ରାଇମବ୍ରାଞ୍ଚ ଆଣିଥିବା ରିମାଣ୍ଡ ଅବଧି ର ରହିଲା ଆଉ ଗୋଟିଏ ଦିନ । ସେପଟେ ରିମାଣ୍ଡ ଅବଧି ସରିବାକୁ ଥିବା ବେଳେ ଏବେ ପୁରା ଏସ୍କସନ ମୁଡକୁ ଆସିଛି କ୍ରାଇମବ୍ରାଞ୍ଚ। କ୍ରଶଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ପାଟଣାଗଡରେ ପହଞ୍ଚି ପୁଞ୍ଚିଲାଲ ଙ୍କ ମେହେର ପଡାସ୍ତିତ ଘରକୁ ଯାଇ ତାଙ୍କ ମାଁ ଓ ସ୍ତ୍ରୀଙ୍କୁ ପଚରାଉଚୁରା କରିଥିଲେ। ଏହାପରେ କଣ୍ଟାବାଞ୍ଜି ଷ୍ଟେସନରୁ ପୁରି-ଦୁର୍ଗ ଇଣ୍ଟାସିଟି ଏସ୍କପ୍ରେସରେ ରାୟପୁର ଅଭିମୁଖେ ବାହାରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି। ସେପଟେ ପୁଞ୍ଚି ଲାଲକୁ କଡା ସୁରକ୍ଷା ବଳୟ ଭିତରେ ଏକ ପ୍ରାଇଭେଟ ୟୁଙ୍ଗର ଗାଡିରେ ଏସଆଟିର ଏକ ସ୍ବତନ୍ତ୍ର ଟିମ ରାୟପୁର ନେଇଛନ୍ତି। ପାଟଣାଗଡରୁ ରାୟପୁର ଜିବା ରାସ୍ତାରେ ପୁଞ୍ଚିଲାଲ ର ଭିଡିଓ ଗ୍ରାଫି କରିବ ଏହି ଟିମ। ସେପଟେ ରାୟପୁର ସ୍କାଏ କିଙ୍ଗ କୋରିୟରରେ ପାର୍ସଲ ଦେଇଥିବା ଅଟୋଚାଳକ ଓ ରିସ୍କା ଚାଲକ ଙ୍କ ସହ ପୁଞ୍ଜିଲାଲ ର ସମ୍ନାସାମ୍ନି କରିବାର ଯୋଜନା କରିଛି କ୍ରାଇମବ୍ରାଞ୍ଚ।