ପ୍ରଫେସର ଡା ନିରଞ୍ଜନ ମହାନ୍ତିଙ୍କୁ ଆଲୁମିନି ପୁରସ୍କାର, ଉଲ୍ଲେଖନୀୟ କାମ ପାଇଁ NIHAA ପକ୍ଷରୁ ସମ୍ମାନ
11/12/2022 at 3:12 PM

ଭୁବନେଶ୍ୱର ୧୧।୧୨ : ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତି ସମ୍ମାନିତ । ଉଲ୍ଲେଖନୀୟ ଅବଦାନ ପାଇଁ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି (NIHAA) ତରଫରୁ ଆଲୁମିନି ପୁରସ୍କାର । ୨୦୨୨ ବର୍ଷ ପାଇଁ ପ୍ରଫେସର ଡା ନିରଞ୍ଜନ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି ।
ଭୁବନେଶ୍ୱର ୧୧।୧୨ : ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତି ସମ୍ମାନିତ । ଉଲ୍ଲେଖନୀୟ ଅବଦାନ ପାଇଁ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି (NIHAA) ତରଫରୁ ଆଲୁମିନି ପୁରସ୍କାର । ୨୦୨୨ ବର୍ଷ ପାଇଁ ପ୍ରଫେସର ଡା ନିରଞ୍ଜନ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି ।
ହୋମିଓପାଥି ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି ହେଉଛି ଦେଶର ସର୍ବୋଚ୍ଚ ସଂସ୍ଥା । ଯାହା କୋଲକାତାରେ ଅବସ୍ଥିତ ରହିଛି । ପ୍ରଫେସର ଡା ନିରଞ୍ଜନ ମହାନ୍ତି ହେଉଛନ୍ତି ଉକ୍ତ ଅନୁଷ୍ଠାନର ଆଲୁମନାସ୍ । ହୋମିଓପାଥିରେ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଅନେକ ପୁରସ୍କାର, ସମ୍ମାନ ଏବଂ ପ୍ରଶଂସା ପାଇଛନ୍ତି। ଦେଶର ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ଭାବେ ୨୦୧୮ରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପ୍ରଦାନ କରିଥିଲା । ପ୍ରଫେସର ମହାନ୍ତି ଜଣେ ବେଶ୍ ଜଣାଶୁଣା ହୋମିଓପାଥି ଚିକିତ୍ସକ । ହୋମିଓପାଥିରେ ଚିକିତ୍ସାରେ ଅନୁସନ୍ଧାନ କରିବା, ଜଣେ ଉତ୍ତମ ଚିକିତ୍ସକ, ଜଣେ ସାମିଜିକ କର୍ମୀ ଭାବେ ବେଶ୍ କ୍ଷାତି ଅର୍ଜନ କରିଛନ୍ତି । ଶ୍ରୀ ମହାନ୍ତି ଏକ ନୂତନ ଔଷଧର ଆବିଷ୍କାର କରିଥିଲେ । ଯାହା “Nano curcumin 6x” ନାମରେ ପରିଚିତ ।
NIHAA ପୁରସ୍କାର ଚୟନ କମିଟି ଅନୁସାରେ, ଡକ୍ଟର ମହାନ୍ତି ଯୁବପୀଢିଙ୍କ ପାଇଁ ଆଦର୍ଶ । ସମାଜ ପାଇଁ ତାଙ୍କର ଢେର ଅବଦାନ ରହିଛି । ତେଣୁ କମିଟି ସର୍ବସମ୍ମତି କ୍ରମେ ଏହି ପୁରସ୍କାର ଦେବାକୁ ସୁପାରିଶ କରାଯାଇଥିଲା । ପ୍ରଫେସର ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି । କୋଲକାତାରେ ପ୍ରଫେସର ମହାନ୍ତି ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।