ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ରଦ୍ଦ
24/04/2018 at 12:15 AM

ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ରଦ୍ଦ । ନୋଟିସକୁ ରଦ୍ଦ କରିଦେଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ । କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ, ପ୍ରଧାନ ବିଚାରପତିଙ୍କ ବିରୋଧରେ ୫ଟି ଗ୍ରାଉଣ୍ଡରେ ମହାଭିଯୋଗ ନୋଟିସ୍ ଆଣିଥିଲେ । କିନ୍ତୁ ସେଥିରେ କୌଣସି ଭିତ୍ତି ନଥିବା କହି, ରାଜ୍ୟସଭା ଅଧ୍ୟକ୍ଷ ତାହା ଖାରଜ କରି ଦେଇଛନ୍ତି । ଯାହାକୁ ବିଜେପି ସମର୍ଥନ କରିଥିବା ବେଳେ କଂଗ୍ରେସ ଖୋଜୁଛି ଆଇନର ଦିଗ ।