ପ୍ରଥମ ଦିନରେ PATHAANର ଦମଦାର ଆରମ୍ଭ, ବକ୍ସ ଅଫିସ୍ରେ ବ୍ଲକବଷ୍ଟର ଫିଲ୍ମ Warକୁ ଟପିଲା
25/01/2023 at 5:41 PM

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନ ବୁଧବାର ସିନେମାଘରେ ରିଲିଜ୍ ହୋଇଛି। ଫିଲ୍ମର ଘୋଷଣା ପରଠୁ ରିଲିଜ୍ ହେବା ପର୍ଯ୍ୟନ୍ତ ବହୁତ ବିବାଦ ଘେରରେ ରହି ଆସିଛି। ବର୍ତ୍ତମାନ ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ତରଫରୁ ସକରାତ୍ମକ ପ୍ରତିକ୍ରିୟା ମିଳିଛି। ତେବେ ଫିଲ୍ମରେ କିଛି ତ୍ରୁଟି ଥିବା ମଧ୍ୟ ଲୋକେ କହିଛନ୍ତି। ଚଳଚ୍ଚିତ୍ରର ପ୍ରଥମ ଦିନରେ ଅପରାହ୍ନ ୩ଟା ସୁଦ୍ଧା କଲେକ୍ସନ ରିପୋର୍ଟ ଆସି ଯାଇଛି। ଫିଲ୍ମ ବକ୍ସ ଅଫିସରେ ଭଲ ଆରମ୍ଭ କରିଛି। ପଠାନ ଫିଲ୍ମ ଏ ପର୍ଯ୍ୟନ୍ତ ବ୍ଲକବଷ୍ଟର ଫିଲ୍ମ ଓ୍ଵାରକୁ ପଛରେ ପକାଇଛି।
ଫିଲ୍ମ କ୍ରିଟିକ୍ ତଥା ସିନେ ସମୀକ୍ଷକ ତରଣ ଆଦର୍ଶ ଟ୍ଵିଟ୍ କରି ଜଣାଇଛନ୍ତି ଯେ, ପ୍ରଥମ ଦିନର ଅପରାହ୍ନ ୩ଟା ସୁଦ୍ଧା ଫିଲ୍ମ ୨୦ କୋଟି ୩୫ ଲକ୍ଷ ଟଙ୍କାର ବ୍ୟବସାୟ କରି ସାରିଛି। ଓ୍ଵାର ପ୍ରଥମ ଦିନରେ ୧୯ କୋଟି ୬୭ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା।
#Pathaan at national chains… Day 1… Update: 3 pm.#PVR: 9.40 cr #INOX: 7.05 cr #Cinepolis 3.90 cr
— taran adarsh (@taran_adarsh) January 25, 2023
Total: ₹ 20.35 cr
EXTRAORDINARY.
Better than #War [₹ 19.67 cr]. pic.twitter.com/Nx5pNtBN9E
ପିଭିଆର- ୯.୪୦ କୋଟି
ଆଇନକ୍ସ- ୩.୯୦ କୋଟି
ମୋଟ୍- ୨୦.୩୫ କୋଟି
ଫିଲ୍ମର ଦ୍ଵିତୀୟାର୍ଦ୍ଧରେ ସଲମାନ ଖାନଙ୍କ ଏଣ୍ଟ୍ରି ଦର୍ଶକଙ୍କୁ ଅଧିକ ପସନ୍ଦ ଆସିଛି। ସେ ନିଜର ଟାଇଗର ସିରିଜ୍ର କିଛି ଦୃଶ୍ୟରେ ନଜର ଆସିଛନ୍ତି। ଫିଲ୍ମରେ ଜନ ଆବ୍ରାହମଙ୍କ ଅଭିନୟକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି ଦର୍ଶକ। ଆଶା କରାଯାଉଛି ଫିଲ୍ମକୁ ଜାନୁଆରୀ ୨୬ ଜାତୀୟ ଛୁଟି ଦିନରେ ଫାଇଦା ମିଳିବ। ଜାନୁଆରୀ ୨୬ ପରେ ଓ୍ଵିକେଣ୍ଡରେ ଏହାର ବ୍ୟବସାୟ ଆହୁରି ବଢିପାରେ।