ପୋଲିସ ନା’ କଙ୍ଗାରୁ କୋର୍ଟ ? : Mudda 01 (21.05.2018)
21/05/2018 at 8:53 PM

ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅ’ର୍ଗତ ଦୁଡା ଗଁ।ରେ ଗତ ଶୁକ୍ରବାର ହୋଇଥିବା ଏକ କଙ୍ଗାରୁ କୋର୍ଟର ଭିଜୁଆଲ୍ ଭାଇରାଲ୍ ହୋଇଛି । ଗ୍ରାମବାସୀ ହତ୍ୟା ଅଭିଯୋଗରେ ଗୋଟିଏ ପରିବାରର ୩ଜଣଙ୍କୁ ଖୁଣ୍ଟରେ ବାନ୍ଧି ଅଟକ ରଖିଥିଲେ । ପରେ ବାଣିଗୋଛା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ହୁଡା ଗଁ।ର ଯାଜନ ନାୟକ ନିଜ ଗଁ।ର ଗ୍ରାମରକ୍ଷୀ ଦୁର୍ଯୟୋଧନ ନାୟକଙ୍କ ପୁଅ ବ୍ରହ୍ମାନନ୍ଦ ସହିତ ସାଙ୍ଗ ହୋଇ ସୁରଟରେ କାମ କରନ୍ତି । ଗତ ୧ତାରିଖ ଦିନ ଉଭୟ ସାଙ୍ଗ ହୋଇ ବୌଦ୍ଧକୁ ଟ୍ରେନ୍ ଟିକଟ କାଟିବା ପାଇଁ ଯାଇଥିଲେ । ଫେରିବା ବାଟରେ ସେମାନେ ମାଧପୁର ଛକଠାରେ ହୋଟେଲରେ ମଦ ପିଇବା ସହ ଖାଇଥିଲେ । ସେହିଦିନ ସନ୍ଧ୍ୟାରେ ଯାଜନଙ୍କୁ ସ୍ଥାନୀୟ ଲୋକମାନେ ଖଜୁରିପଡା ରାସ୍ତାରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲ୍ କୁ ନେଇଥିଲେ । ମେଡିକାଲ୍ ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତବେ ବ୍ରହ୍ମାନନ୍ଦଙ୍କ ଦେଖା ମିଳିନଥିଲା । ଏ ନେଇ ଯାଜନଙ୍କ ସ୍ତ୍ରୀ ବାଣିଗୋଛା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈ।ଣସି ପଦକ୍ଷେପ ନେଇନଥିଲା । ଫେରାର୍ ଥିବା ବ୍ରହ୍ମାନନ୍ଦ ବୁଧବାର ଗଁ।କୁ ଫେରିବା ପରେ ଗ୍ରାମବାସୀ ଦୁର୍ଯ୍ୟୋଧନ ତାଙ୍କ ବଡପୁଅ ବ୍ରହ୍ମାନନ୍ଦ ଏବଂ ସାନପୁଅ ଅନାଦିକୁ ଡାକି ଗଁ।ରେ ସଭା କରିଥିଲେ । ବ୍ରହ୍ମାନନ୍ଦ ଯାଜନଙ୍କୁ ହତ୍ୟା କରିଥିବା ସନ୍ଦେହ କରି ଗ୍ରାମବାସୀ ସେମାନଙ୍କୁ ଖୁଣ୍ଟରେ ବାନ୍ଧି ଅଟକ ରଖିଥିଲେ । ଏସ.ପି. ଘଟଣାସ୍ଥଳକୁ ଆସି ପଦକ୍ଷେପ ନେବାକୁ ଗଁ। ଲୋକେ ଦାବି କରିଥିଲେ । ବାଣିଗୋଛା ଥାନାଅଧିକାରୀ ଏବଂ ଏସ.ଡି.ପି.ଓ.ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ବ୍ରହ୍ମାନନ୍ଦଙ୍କୁ ଚାରିଛକ ଥାନାକୁ ହସ୍ତାନ୍ତର କରିଥିବା ଜଣାପଡିଛି । ତବେ ଆଇନକୁ ହାତକୁ ନେଇଥିବା ଗଁ।ଲୋକଙ୍କ ବିରୁଦ୍ଧରେ ପୋଲିସ କୈ।ଣସି କାର୍ଯୟାନୁଷ୍ଠାନ ନେଇନଥିବା ଜଣାପଡିଛି । ଏ ସମ୍ପର୍କରେ ପୋଲିସ ଅଧିକାରୀମାନେ କୈ।ଣସି ପ୍ରତିକ୍ରୀୟା ଦେବାକୁ ମାନକରିଦେଇଛନ୍ତି ।