ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଯୁଗା ଓରଫ ବସିର ଖାଁ ଆହତ
22/05/2018 at 4:58 AM

କଟକରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଯୁଗା ଓରଫ ବସିର ଖାଁ ଆହତ । ଯୁଗାର ଡାହାଣ ଗୋଡରେ ଗୁଳି ବାଜିଛି । ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତ କରାଯାଇଛି । ସୋମବାର ରାତି ୨ଟା ରେ ଯୁଗା ଓ ତାର ସହଯୋଗୀ ଅପରାଧ ଘଟାଇବାକୁ ଯୋଜନା କରୁଥିବା ବେଳେ ସଦର ଥାନା ପୋଲିସ ଚଢ଼ାଉ କରିଥିଲା । ପୋଲିସ ଉପରକୁ ବୋମା ଫିଙ୍ଗି ଯୁଗା ଖସିଯିବାକୁ ଉଦ୍ୟମ କରିଥିଲା । ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲା ପୋଲିସ । ଡାହାଣ ଗୋଡରେ ଗୁଳି ବାଜିଛି । ଗତ ୧୮ ତାରିଖରେ କୁରୁଣ୍ଟି ଗାଁରେ ବୋମା ମାଡ଼ ଘଟଣାରେ ସଂପୃକ୍ତ ଥିଲା ଯୁଗା । ଏମିତିକି ପିସିଆର ଭ୍ୟାନ ଉପରକୁ ବୋମା ଫିଙ୍ଗିଥିଲା । ରବିବାର ରାତିରେ, ଘଟଣାର ମୁଖ୍ୟ ଅଭିଯୁକ୍ତ କାବୁଆକୁ ଏନକାଉଣ୍ଟର କରିଥିଲା ସଦର ପୋଲିସ । ଦାଦାବାଟି ପାଇଁ ଠିକାଦାରଙ୍କ ଘରକୁ ବୋମାମାଡ କରି ଖସିବା ସହ ପିସିଆର ଭ୍ୟାନ ଉପରେ ମଧ୍ୟ ବୋମା ଫୋପାଡି ଏହି ଦୁଇ ଜଣ ଫେରାର ହୋଇଯାଇଥିଲେ । ଗତ ୧୦ ମାସରେ ଏହାକୁ ମିଶାଇ ୧୭ଟି ଏନକାଉଣ୍ଟର କରିସାରିଲାଣି କମିଶନରେଟ୍ ପୋଲିସ ।