ପୋତା ଚାଲିଛି ଜଳାଶୟ
18/04/2018 at 3:05 AM

କଟକ ସହରରେ ଥିବା ସମସ୍ତ ଜଳାଶୟ ଗୁଡିକ ଯେମିତି ସୁରକ୍ଷିତ ଭାବେ ରହିପାରିବ , ସେନେଇ ୨୦୧୨ ମସିହାରେ ରାଜ୍ୟ ସରକାରଙ୍କୁ ବେଶ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ହାଇକୋର୍ଟ । ଜଳାଶୟ ଗୁଡିକ ସରକାରୀ ହେଉ ଅବା ବେଶରକାରୀ , କିନ୍ତୁ ସେସବୁର ରକ୍ଷଣାବେକ୍ଷଣ ସହିତ , ସେଗୁଡିକର ପୁନରୁଦ୍ଧାର କରିବା ପାଇଁ ମଧ୍ୟ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ପାଇଁ ଏକ ବିଶେଷ ଦାୟିତ୍ବ ନ୍ୟସ୍ତ ହୋଇଥିଲା କଟକ ମହାନଗର ନିଗମ କାନ୍ଧରେ , ହେଲେ ସେସବୁ ଦାୟିତ୍ବକୁ ଭୁଲିଯାଇଛନ୍ତି କର୍ତ୍ତୃପକ୍ଷ । ଯେଉଁଥିଲାଗି ଏବେ କଟକ ସହରରେ ପୁଣି ବେଧଡକ୍ ଢଙ୍ଗରେ ଜଳାଶୟମାନ ପୋତା ହେବା କାମ ଆରମ୍ଭ ହୋଇଯାଇଛି । ହେଲେ ବିଡମ୍ବନା , ସବୁକିଛି ଦିଖିବି କ୍ରର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଯାଇଛନ୍ତି । ଏପରିକି କଟକ ମେୟର ଏ ଦିଗରେ ଯେମିତି ସମ୍ପୁର୍ଣ୍ଣ ଅସହାୟ , ତାହା ତାଙ୍କ କଥା ବେଶ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।