ପେଜ କଡେଇରେ ପଡି ଶିଶୁ ଗୁରୁତର
9/05/2018 at 10:26 AM

ଅସାବଧାନତାରୁ ଗରମ ପେଜ କଡେଇରେ ପଡି ୩ ବର୍ଷର ଶିଶୁ ଗୁରୁତର ହୋଇଛି । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବରବାହାଳି ଗାଁରେ ଅବାବନୀୟ ଘଟଣା । ଧନେଶ୍ବର ହାଂସଦାଙ୍କ ୩ବର୍ଷର ପୁଅ ଆଜି ଘରେ ଏକାକି ଖେଳୁଥିବା ବଳେ ରୋଷେଇ ଘରେ ଥିବା ଗରମ ପେଜ କଡେଇରେ ପଡିଯାଇଥଲା । ଶିଶୁଟିର ଚିତ୍କାର ଶୁଣି ପରିବାର ଲୋକେ ତାକୁ କଡେଇରୁ ଉଦ୍ଧାର କରିଥିଲେ । ପରେ ଶିଶୁଟିକୁ ଆନନ୍ଦପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଶିଶୁ ଶରୀରର ୭୦ ପ୍ରତିଶତ ପୋଡି ଯାଇଛି ।