ପୁରୀ ସମୁଦ୍ରରେ ଗାଧୋଇବାବେଳେ ପର୍ଯ୍ୟଟକ ମୃତ
11/06/2018 at 11:00 PM

ପୁରୀ ସମୁଦ୍ରରେ ଗାଧୋଇବାବେଳେ ପର୍ଯ୍ୟଟକ ମୃତ। ମୃତ ପର୍ଯ୍ୟଟକ ଜଣକ କଲିକତା ବଡ଼ନଗର ଅଞ୍ଚଳର ପ୍ରଶାନ୍ତ ଚନ୍ଦ୍ର। ଆଜି ସକାଳେ ପ୍ରଶାନ୍ତ ତାଙ୍କ ପରିବାର ସହ ବଳିଆପଣ୍ତା ଅଞ୍ଚଳରେ ଥିବା ସୁଭ୍ ପ୍ୟାଲେସ ହୋଟେଲ ସମ୍ମୁଖରେ ସ୍ନାନ କରୁଥିଲେ। ତେବେ ଗଭୀର ସମୁଦ୍ର ଭିତରେ ପଶିଯିବାରୁ ତାଙ୍କର ପତ୍ତା ମିଳିନଥିଲା। ସେଠାରେ ଥିବା ମତ୍ସ୍ୟଜିବୀ ଏବଂ ଲାଇଫ୍ ଗାର୍ଡ଼ଙ୍କ ସାହାର୍ଯ୍ୟ ଲୋଡ଼ିବା ପରେ ସମୁଦ୍ର ଭିତରକୁ ଯାଇ ଲାଇଫଗାର୍ଡ଼ ମାନେ ପ୍ରଶାନ୍ତଙ୍କୁ କୂଳକୁ ଆଣିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ପୁରୀ ସରଦ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଗତ ଶନିବାର ପ୍ରଶାନ୍ତଙ୍କ ପରିବାର ସହ ସମୁଦାୟ ୧୦ ଜଣ ମହାପ୍ରଭୁଙ୍କ ଦର୍ଶନରେ ଆସିଥିଲେ।
Related Posts
ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26 March 2023