ପୁରୀ ଘରୋଇ ବସଷ୍ଟାଣ୍ଡ୍ ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ସରିବା ସନ୍ଦେହ
18/05/2018 at 9:38 PM

ପୁରୀ ଘରୋଇ ବସଷ୍ଟାଣ୍ତ ପୁର୍ନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ରଥଯାତ୍ରା ପୂବର୍ରୁ ସରିବା ପରି ଲାଗୁ ନାହିଁ। କାମର ମାନ ଯାଞ୍ଚ ହେଉ ନାହିଁ କି ଜଳସିଞ୍ଚନ ହେଉ ନାହିଁ। ଏହାକୁ ନେଇ ନଗର ବିଜେପି ପକ୍ଷରୁ ଆଜି ବସଷ୍ଟାଣ୍ତ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ନବୀକରଣ ହେଉଥିବା ଘରୋଇ ବସଷ୍ଟାଣ୍ତରେ ନିମ୍ନମାନର କାର୍ଯ୍ୟ ହେଉଥିବା ବିଜେପି ଅଭିଯୋଗ ଆଣିଛି। କଂକ୍ରିଟ କାର୍ଯ୍ୟ ସରିଥିଲେ ହେଁ ଜଳସିଞ୍ଚନ ହେଉନଥିବାରୁ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପ୍ରିଲ୍ ୩୦ ସୁଦ୍ଧା କାମ ସାରିବା ପାଇଁ ଡ଼େଡ୍ଲାଇନ୍ ରହିଥିଲେ ମଧ୍ୟ ୩୦ ପ୍ରତିଶତ କାମ ସରିନାହିଁ। ଠିକାଦାର ଓ ନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଘରୋଇ ବସଷ୍ଟାଣ୍ଟ ଠିକ୍ ସମୟରେ ସରିବା ଓ ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠାଇଛି ବିଜେପି। ବର୍ତ୍ତମାନ ବଡ଼ଦାଣ୍ତ ଉପରେ ଅସ୍ଥାୟୀ ଭାବେ ବସଷ୍ଟାଣ୍ତ ଚାଲୁଥିବାବେଳେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ସେପଟେ ରଥଯାତ୍ରା ପୂର୍ବରୁ ବସଷ୍ଟାଣ୍ତର ନବୀକରଣ ଶେଷ ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି।